ସିଡନୀରେ ୪୩ ବର୍ଷ ଧରି ବିଜୟ ଅପେକ୍ଷାରେ ଟିମ୍ ଇଣ୍ଡିଆ, କିନ୍ତୁ ରେକର୍ଡରେ କଙ୍ଗାରୁ ଟିମ୍ ଆଗରେ

Published By : Prameya-News7 Bureau | January 05, 2021 IST

ମେଲବର୍ଣ୍ଣ, ୦୫/୦୧:  ମେଲବର୍ଣ୍ଣ ପରେ ଭାରତ ଏବେ ସିଡନୀରେ ଅଷ୍ଟ୍ରେଲିଆକୁ ସାମ୍ନା କରିବ । ପୂର୍ବ ମ୍ୟାଚରେ ଭାରତ କଙ୍ଗାରୁ ଟିମକୁ ପରାସ୍ତ କରିବା ସହ ସିରିଜକୁ ୧-୧ ସ୍ତରକୁ ଆଣିଛି । ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ଅନୁପସ୍ଥିତିରେ  ଆଜିଙ୍କ୍ୟ ରାହାଣେଙ୍କ ବାହିନୀ ତୃତୀୟ ଟେଷ୍ଟ୍ ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

ଗୁରୁବାର ଆରମ୍ଭ ହେବାକୁ ଯାଉଥିବା ସିଡନୀ ଟେଷ୍ଟ ପୂର୍ବରୁ ରେକର୍ଡ ଅନେକ କିଛି କଥା କହୁଛି । ୧୯୪୭ରୁ ୨୦୧୯ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ଏହି ଗ୍ରାଉଣ୍ଡରେ ୧୨ ଥର ସାମ୍ନାସାମ୍ନି ହୋଇଛନ୍ତି । ଭାରତୀୟ ଦଳ କେବଳ ଗୋଟିଏ ମ୍ୟାଚରେ ବିଜୟ ଲାଭ କରିଛି । ୫ଟି ମ୍ୟାଚ୍ ହାରିବା ସହ ଗୋଟିଏ ଡ୍ର ରହିଛି ।

ସିଡନୀରେ ଭାରତର ରେକର୍ଡ ଭଲ ନାହିଁ । ୧୯୭୮ରେ ହିଁ ଭାରତ ଏକମାତ୍ର ବିଜୟ ହାସଲ କରିଥିଲା । ସେହି ସମୟରେ ବିଶନ ସିଂ ବେଦୀ ଦଳର ଅଧିନାୟକ ଥିଲେ ।ଏହି ମ୍ୟାଚରେ ଭାରତ କଙ୍ଗାରୁ ଟିମ୍‌କୁ ଗୋଟିଏ ଇନିଂସ ଓ ୨ ରନରେ ପରାସ୍ତ କରିଥିଲା । ଏହି ଟେଷ୍ଟ ମଧ୍ୟ ଜାନୁଆରୀ ୭ରେ ଖେଳାଯାଇଥିଲା ।

୪୩ ବର୍ଷ ପୂର୍ବରୁ ଏହି ବିଜୟ ଅଷ୍ଟ୍ରେଲିଆ ମାଟିରେ ବୃହତ ବିଜୟ ଅଟେ । ଏବେ ଦେଖିବାକୁ ପଡିବ ତୃତୀୟ ଟେଷ୍ଟରେ ଭାରତ କିପରି ପ୍ରଦର୍ଶନ କରୁଛି । ଏହାପରେ ୧୫ ତାରିଖରେ ବ୍ରିସବେନରେ ଚତୁର୍ଥ ଟେଷ୍ଟ ଖେଳାଯିବ । ଭାରତୀୟ ଦଳ ଯଦି ଏହି ସିରିଜ ଜିତେ ତେବେ ହାଟ୍ରିକ୍ ବର୍ଡର ଗାଭାସ୍କର ଟ୍ରଫି ଉପରେ କବଜା କରିବ ।

ସୂଚନାଯୋଗ୍ୟ, ଭାରତ ୨୦୧୮-୧୯ରେ ୨-୧ରେ ଓ ୨୦୧୬-୧୭ରେ ମଧ୍ୟ ୨-୧ରେ ସିରିଜ୍ ବିଜୟୀ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.