କ୍ରିକେଟ୍‌କୁ Good bye କହିଲେ ଇର୍ଫାନ ପଠାନ, ମାତ୍ର ୩୫ ବର୍ଷ ବୟସରେ ନେଲେ ସନ୍ୟାସ

Published By : Prameya-News7 Bureau | January 04, 2020 IST

ଭାରତୀୟ କ୍ରିକେଟ୍ ଟିମ୍‌ର ଅନ୍ୟତମ ଅଲରାଉଣ୍ଡର ଇର୍ଫାନ ପଠାନ ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ସନ୍ୟାସ ଘୋଷଣା କରିଛନ୍ତି। ଟିମ୍ ଇଣ୍ଡିଆ ଲାଗି ନିଳ ଜର୍ସିରେ ତାଙ୍କୁ ଖେଳୁଥିବାର ଶେଷ ଥର ୨ ଅକ୍ଟୋବର ୨୦୧୨ରେ ଦେଖାଯାଇଥିଲା। ତା ପରଠାରୁ ସେ କେବେ ଟିମ୍‌ରେ ଦ୍ୱିତୀୟବାର ଦେଖିବାକୁମିଳି ନଥିବା ବେଳେ ଏବେ ନିଜର ଅବସର ଘୋଷଣା କରିଛନ୍ତି। ଏହା ସହିତ ତାଙ୍କର ୧୬ ବର୍ଷର ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ପୁର୍ଣ୍ଣଛେଦ ପଡିଛି।

{"align":"center","id":206851,"width":467,"height":649,"sizeSlug":"large"}

କ୍ୟାରିୟରରେ ଇର୍ଫାନ ଭାରତ ଲାଗି ୨୯ଟି ଟେଷ୍ଟ ୧୨୦ଟି ୱାନଡେ ଓ ୨୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୯ଟି ଟେଷ୍ଟରେ ସେ ୧୦୦ ୱିକେଟ୍ ହାସଲ କରିଥିବା ବେଳେ ୫୯ ରନ୍ ଦେଇ ୭ ୱିକେଟ୍ ହାସଲ କରିବା ତାଙ୍କ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ ଥିଲା। ସେହିପରି ଟେଷ୍ଟ କ୍ରିକେଟରେ ୧୨୬ ରନ ବିନିମୟରେ ଇର୍ଫାନ ୧୨ ୱିକେଟ୍ ହାତେଇଥିବାର ରେକର୍ଡ ରହିଛି। ଟି-୨୦ ମ୍ୟାଚ୍‌ରେ ୧୬ ରନ ବିନିମୟରେ ୩ଟି ୱିକେଟ୍ ହାସଲର ମଧ୍ୟ ରେକର୍ଡ କରିଛନ୍ତି ଇର୍ଫାନ।

{"id":206852,"width":574,"height":389,"sizeSlug":"large"}

ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ତାଙ୍କ ବ୍ୟାଟିଂ କଥାପଡିଲେ ୨୯ ଟେଷ୍ଟରୁ ସେ ୧ହଜାର ୧୦୫ ରନ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ଗୋଟିଏ ଶତକ ବି ଥିଲା। ତାଙ୍କର ସର୍ବଶ୍ରେଷ୍ଠ ଇନିଂସ ୧୦୨ ରନର ଥିଲା। ସେହିପରି ୧୨୦ ୱାନଡେ ମ୍ୟାଚ୍‌ରୁ ସେ ୧ହଜାର ୫୪୪ ରନ୍ ସଂଗ୍ରହ କରିଛନ୍ତି। ୱାନଡେରେ ତାଙ୍କର ବେଷ୍ଟ ଇନିଂସ ୮୩ ରନର ଥିଲା। ତେବେ କ୍ରିକେଟରେ ସେ ହାସଲ କରିଥିବା ସମସ୍ତ ସଫଳତାର ଶ୍ରେୟ ସେ ତାଙ୍କର ଫ୍ୟାନ୍ସଙ୍କୁ ଦେଇଛନ୍ତି।

{"id":206854,"sizeSlug":"large"}

ବରୋଦର ଏକ ଛୋଡ ପଡିଆରୁ ଟିମ୍ ଇଣ୍ଡିଆ ପର୍ଯ୍ୟନ୍ତ ଯାତ୍ରାକୁ ତାଙ୍କର ସୌଭାଗ୍ୟ ବୋଲି ଇର୍ଫାନ କହିଥିବା ବେଳେ ସଚ୍ଚିନ ତେନ୍ଦୁଲକର, ବିରେନ୍ଦ୍ର ସେହେୱାଗ୍, ସୌରଭ ଗାଙ୍ଗୁଲୀ ଓ ଗୌତମ ଗମ୍ଭୀରଙ୍କ ଭଳି  କ୍ରିକେଟରଙ୍କ ସହ ସେ ଡ୍ରେସିଂ ରୁମ ସେୟାର କରିବା ବାସ୍ତବିକ୍ ତାଙ୍କ ଲାଗି ସବୁଠୁ ବଡ ଉପଲବ୍ଧି ଥିଲା ବୋଲି ଇର୍ଫାନ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.