Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଜାନୁଆରୀ ୨୭ରୁ ପୁଣି ଜୈବ ନିରାପତ୍ତା ବଳୟରେ ରହିବ ଟିମ୍‌ ଇଣ୍ଡିଆ, ଏହା ପଛର କାରଣ କଣ ଜାଣନ୍ତୁ…

16/01/2021 at 6:56 PM

ନୂଆଦିଲ୍ଲୀ ୧୬/୦୧: ଭାରତୀୟ କ୍ରିକେଟ ଟିମ୍‌ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଭାରତୀୟ ଟିମ୍‌ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାରେ ବ୍ୟସ୍ତ ଅଛି। ସିରିଜ୍‌ର ଶେଷ ମ୍ୟାଚ୍‌ ଏବେ ବ୍ରିସ୍‌ବେନରେ ଚାଲିଛି। ଯଦି ଏହି ମ୍ୟାଚ୍‌ ସଠିକ୍‌ ସମୟରେ ଶେଷ ହୁଏ ତେବେ ଖେଳ ୧୯ ଜାନୁଆରୀରେ ଶେଷ ହୋଇଯିବ। ଖେଳ ସିରିବା ପରେ ଟିମ୍‌ ଇଣ୍ଡିଆ ଶୀଘ୍ର ଭାରତ ଫେରିଆସିବ। ଟିମ୍‌ ଇଣ୍ଡିଆର ପ୍ରାୟ ଖେଳାଳି ସେପ୍ଟେମ୍ବରରୁ ବିଦେଶରେ ଅଛନ୍ତି। ପ୍ରଥମେ ୟୁଏଇରେ ଆଇପିଏଲ ପରେ ସିଧା ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି।

ଏବେ ଭାରତ ଫେରିବେ ଭାରତୀୟ ଖେଳାଳି। ବହୁତ ଶୀଘ୍ର ଭାରତୀୟ ଟିମ୍‌ ଇଂଲଣ୍ଡ ସହ ସିରିଜ୍‌ ଖେଳିବ। ଏଥିରେ ଓ୍ବାନଡେ, ଟେଷ୍ଟ, ଟି-୨୦ ମ୍ୟାଚ୍‌ ଖେଳାଯିବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୫ ଫେବୃଆରୀରେ ହେବ। ଏହା ପ୍ରଥମ ଟେଷ୍ଟ ମ୍ୟାଚ ହେବାକୁ ଥିବା ବେଳେ ଏହା ଚେନ୍ନାଇରେ ହେବ। ତେଣୁ ଏହା ପୂର୍ବରୁ ଟିମ୍‌ ଇଣ୍ଡିଆ ୨୭ ଜାନୁଆରୀରୁ ପୁଣି ଥରେ ବାୟୋ ବବଲ୍‌ (ଜୈବ ନିରାପତ୍ତା ବଳୟ) ଭିତରକୁ ଚାଲିଯିବେ।

ଯେଉଁ ଖେଳାଳି ଟେଷ୍ଟ ମ୍ୟାଚ୍‌ ପାଇଁ ସିଲେକ୍ଟ ହେବେ ସେମାନେ ବାୟୋ ବବଲ୍‌କୁ ଯିବେ। ଦୁଇଟି ଟେଷ୍ଟ ମ୍ୟାଚ୍‌ ଚେନ୍ନାଇରେ ଖେଳାଯିବ । ପରେ ଦୁଇଟି ମ୍ୟାଚ୍‌ ଅହମଦାବାଦରେ ଖେଳାଯିବାକୁ ଅଛି। ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ମ୍ୟାଚ୍‌ ମାର୍ଚ୍ଚ ୧୨ରୁ ଅହମଦାବାଦରେ ଆରମ୍ଭ ହେବ। ସମସ୍ତ ୫ ମ୍ୟାଚ୍‌ ଅହମଦାବାଦରେ ହିଁ ଖେଳାଯିବ । ସେହିଭଳି ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ୨୩ ମାର୍ଚ୍ଚରେ ପୁନେରେ ଖେଳାଯିବାକୁ ଥିବା ବେଳେ ଅନ୍ୟ ଦୁଇଟି ମ୍ୟାଚ୍‌ ୨୬ ମାର୍ଚ୍ଚ ଓ ୨୮ ମାର୍ଚ୍ଚରେ ଖେଳାଯିବ।

   Related Posts