ପବିତ୍ର ରାମନବମୀ ତିଥିରେ ରଥ କାଠ ଚିରଟର ଶୁଭ ଅନୁକୂଳ

Published By : Prameya-News7 Bureau | April 21, 2021 IST

ପୁରୀ ୨୧।୪: ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ରହିଛି । ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ମାଳ ମହାପ୍ରସାଦ ନେଇ ଏକ ତିନି ଜଣିଆ ଟିମ୍ କଟକ ଅଭିମୁଖେ ଯାତ୍ରା କରିଛନ୍ତି । କଟକ ଖପୁରିଆ ସ୍ଥିତ ସମିଲରେ ପବିତ୍ର ରାମନବମୀ ତିଥିରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ । ରଥ କାଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ବରେ ଏହି ତିନି ଜଣିଆ ଟିମ୍ କଟକରେ ପହଞ୍ଚି ଚିରଟ ପ୍ରକ୍ରିୟାର ଅନୁକୂଳ କରିବେ । ତିନୋଟି ଧଉରା କାଠକୁ ଆଜିର ଦିନରେ ମାଳ ମହାପ୍ରସାଦ ଲାଗି କରାଯାଇ ଚିରଟ କାର୍ଯ୍ୟ ଆରମ୍ଭ ହେବ ।

ଉଲ୍ଲେଖଯୋଗ୍ୟ ଯେ, ଗତ ସରସ୍ବତୀ ପୂଜାରେ ରଥକାଠ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.