Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ଯୋଜନାର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟିମ୍

15/11/2021 at 8:45 AM

ମୁନିଗୁଡା ୧୫/୧୧: ରାୟଗଡା ଜିଲ୍ଲାକୁ ୩ ଦିନିଆ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ଓ ଉପକେନ୍ଦ୍ର ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ଟିମ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ଯୋଜନା ଓ କୋଭିଡ ପରବର୍ତ୍ତୀ ସ୍ଥିତିରେ ରାୟଗଡା ଜିଲ୍ଲାର ସ୍ୱାସ୍ଥ୍ୟ ସେବା ସଂପର୍କିତ ସ୍ଥିତି ସମୀକ୍ଷା କରିଛି ଟିମ୍ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସହକାରୀ ଆୟୁକ୍ତ ପଦ୍ମିନୀ କାଶ୍ୟପଙ୍କ ନେତୃତ୍ୱରେ ଏକ ନଅ ଜଣିଆ ଟିମ ରାୟଗଡା ପହଂଚି ପୃଥକ ପୃଥକ ଭାବେ ଜିଲ୍ଲାର ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଗୁଣୁପୁର ସବଡ଼ିଭିଜନ ଡାକ୍ତରଖାନା ସମେତ ୧୪ଟି ଡାକ୍ତରଖାନା, ୧୦ ଟି ଉପକେନ୍ଦ୍ର ଓ ଗୁଣୁପୁର ମାଁ ଘରକୁ ପରିଦର୍ଶନ କରିବା ସହ ସେଠାର ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଅନୁଧ୍ୟାନ କରିଛନ୍ତି ।

ସେହିଭଳି ଏକ ଟିମ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପହଂଚି ଡାକ୍ତରଖାନାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନ ସମସ୍ତ ଯୋଜନାର ସମୀକ୍ଷା କରିବା ସହ ରୋଗୀ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ତେବେ ସମସ୍ତ ଅନୁସନ୍ଧାନ ପରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ନେଇ ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସହକାରୀ ଆୟୁକ୍ତ ପଦ୍ମିନୀ କାଶ୍ୟପ ।

   Related Posts