ଟ୍ରାଙ୍କୁଲାଇଜ୍ କରିବାରେ ବିଫଳ ଟିମ୍ ; ଧରାପଡୁନି ଘାଇଲା ହାତୀ

Published By : Prameya-News7 Bureau | December 15, 2018 IST

ସୁନ୍ଦରଗଡ ୧୫|୧୨: ହାତୀକୁ ଟ୍ରାଙ୍କୁଲାଇଜ କରିବାରେ ବିଫଳ ହେ।ଇଛି ନନ୍ଦନକାନନରୁ ଆସିଥିବା ଟିମ୍ ।  ହାତୀର ଶୁଣ୍ଢରେ ଆଘାତ ଲାଗିବା ପରେ ସୁନ୍ଦରଗଡ ବନ ବିଭାଗ ହାତୀର ଚିକିତ୍ସା କରିବାକୁ ଚେଷ୍ଟା କରିଥିଲା । ହେଲେ ଏଥିରେ ବିଫଳ ହେ।ଇଥିଲା ବନ ବିଭାଗ। ଏହାପରେ ନନ୍ଦନକାନନରୁ ଏକ ଟିମ୍ ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଆସିଥିଲେ । ଏଥିରେ ସାମିଲ ହେ।ଇଥିଲେ ସୁନ୍ଦରଗଡ ବନବିଭାଗ ଓ ରାଉରକେଲା ବନବିଭାଗର ଅଧିକାରୀ । ହେଲେ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବାରେ ସଫଳ ହେ।ଇନଥିଲେ । ବର୍ତ୍ତମାନ ହାତୀର ଅବସ୍ଥା ଭଲ ରହିଛି । ଯଦି ଦରକାର ପଡେ ପରବର୍ତ୍ତୀ ଅବସ୍ଥାରେ ପୁଣି ଟ୍ରାଙ୍କୁଲାଇଜ କରାଯିବ ବେ।ଲି କହିଛନ୍ତି ଏକ୍ସପର୍ଟ । ସୁନ୍ଦରଗଡ ବଡଗାଁଓ କୁତ୍ରା ଫରେଷ୍ଟ ରେଞ୍ଜ୍ ଅଞ୍ଚଳରେ ହାତୀ ଉପଦ୍ରବ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.