ବାର୍ଡ ଫ୍ଲୁ : କୁକୁଡାମରା ଅଭିଯାନ ଜାରି, ଦେଶୀ କୁକୁଡା ଏବଂ ଅଣ୍ଡା ସଂଗ୍ରହ କରି ଗାତରେ ପୋତୁଛନ୍ତି ରାପିଡ୍ ରେସପନ୍ସ ଟିମ୍

Published By : Prameya-News7 Bureau | December 17, 2018 IST

ପୁରୀ ୧୭|୧୨: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ କୁକୁଡାମରା ଅଭିଯାନ ଚାଲିଛି।  ବାର୍ଡ ଫ୍ଲୁ ସଂକ୍ରମଣ ଉପରେ ନିୟନ୍ତ୍ରଣ ପାଇଁ ପ୍ରଶାସନ ପଦକ୍ଷେପ ନେଇଛି । ପ୍ରଥମ ଦିନ ବୁଦ୍ଧିବର ପଂଚାୟତର ଦୁଇଟି ଏବଂ ମାଲୁଦ ପଞ୍ଚାୟତର ଗୋଟିଏ ଫାର୍ମରୁ କୁକୁଡ଼ାମରା  ହୋଇଛି । ଏହାସହ ରାପିଡ୍ ରେସପନ୍ସ ଟିମ୍ ସଦସ୍ୟ ଘର ଘର ବୁଲି ଦେଶୀ କୁକୁଡା ଏବଂ ଅଣ୍ଡା ସଂଗ୍ରହ କରି ଗାତରେ ପୋତୁଛନ୍ତି । ପ୍ରଥମ ଦିନରେ ୩୯୯ ବ୍ରୟଲର କୁକୁଡ଼ା , ଦ୍ବିତୀୟ ଦିନରେ ୨୭୬ଟି କୁକୁଡ଼ା ମରା ଯାଇଥିବା ବେଳେ ତୃତୀୟ ଦିନରେ ୩ ହଜାର ୫ଶହ କୁକୁଡାଙ୍କୁ ମରାଯାଇଛି । ଏହା ସହ ବିଭିନ୍ନ ଗାଁ ବୁଲି ଦେଶୀ ଅଣ୍ଡା ନଷ୍ଟ କରାଯାଇଥିବା ପ୍ରାଣୀ ଚିକିତ୍ସକ ରଶ୍ମିକାନ୍ତ ନନ୍ଦ ସୂଚନା ଦେଇଛନ୍ତି । କୁକୁଡାମରା ଅଭିଯାନରେ ଜନ ସ୍ବାସ୍ଥ୍ୟ ଟିମ୍‌ର ୨ଜଣ ଡାକ୍ତର ସମେତ ଜିଲ୍ଲା ପ୍ରାଣୀ ଚିକିତ୍ସକ ଉପସ୍ଥିତ ଅଛନ୍ତି । କୃଷ୍ଣପ୍ରସାଦ ଅଞ୍ଚଳରେ ବାର୍ଡଫ୍ଲୁ ଚିହ୍ନଟ ହେବା ପରେ ବିଭିନ୍ନ ଗାଁରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । କେନ୍ଦ୍ରୀୟ ଜନ ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ଲୋକମାନଙ୍କୁ ସଚେତନ କରିବା ସହ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.