ନୂଆ ଜର୍ସି ପିନ୍ଧି ଟି୨୦ ସିରିଜ୍ ଖେଳିବ ଅଷ୍ଟ୍ରେଲିଆ

Published By : Prameya-News7 Bureau | December 01, 2020 IST

ସିଡନୀ,୦୧/୧୨:   ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଭାରତ ବିପକ୍ଷରେ ଟି୨୦ ସିରିଜ ଖେଳିବା ପାଇଁ ପ୍ରସ୍ତୁତି ଜୋରଦାର କରିଛି । ଦଳ ନୂଆ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବ । ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ର ପ୍ରଥମ ମ୍ୟାଚ୍ ଡିସେମ୍ବର ୪ରେ ଖେଳାଯିବ । ଅନ୍ୟ ଦୁଇ ମୁକାବିଲା ଡିସେମ୍ବର ୬ ଓ ଡିସେମ୍ବର ୮ରେ ଖେଳାଯିବ ।

କ୍ରିକେଟରେ ଅଷ୍ଟ୍ରେଲିଆର ଦେଶଜ ନାଗରିକଙ୍କ ଯୋଗଦାନକୁ ସମ୍ମାନ ଜଣାଇ ଦଳ ଭାରତ ବିରୋଧ ଟି୨୦ ସିରିଜରେ ସ୍ୱତନ୍ତ୍ର ଜର୍ସି ପରିଧାନ କରିବ । ଏହାକୁ ଖାସ୍ ଡିଜାଇନମ କରାଯାଇଛି ।

wp:html /wp:html

କ୍ରିକେଟ୍ ଅଷ୍ଟ୍ରେଲିଆ ଗତ ମାସରେ ଜର୍ସିର ଡିଜାଇନକୁ ଅନାବରଣ କରିଥିଲା । ଯାହାକୁ ଆସିକ୍ସ ଓ ୨ ଦେଶଜ ମହିଳା ଆଣ୍ଟି ଫିୟୋନା କ୍ଲାର୍କ ଓ କର୍ଟନୀ ହାଜେନ୍ ପ୍ରସ୍ତୁତ କରିଥିଲେ ।

କ୍ରିକେଟ୍.କମ୍.ଏୟୁ ଅନୁସାରେ, କ୍ଲାର୍କ ବିବଂଗତ କ୍ରିକେଟର ମାସ୍କିଟୋଙ୍କ ବଂଶଜ ଅଟନ୍ତି । ମାସ୍କିଟୋ ୧୮୬୮ରେ ଇଂଲଣ୍ଡ ଗସ୍ତ କରିଥିବା ଗଦଳର ଦେଶଜ ଖେଳାଳି ଥିଲେ । ଏହି ଡିଜାଇନ୍ ଦେଶଜ ମୂଳର ପୂର୍ବ, ବର୍ତ୍ତମାନ ଓ ଭବିଷ୍ୟତ ଖେଳାଳିଙ୍କୁ ସମର୍ପିତ କରାଯାଇଛି । ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମ୍ ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷରେ ଗୋଟିଏ ମ୍ୟାଚରେ ଏପରି ଜର୍ସି ପିନ୍ଧିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.