ଭିଜିଲାନ୍ସ ଓ ବନ ବିଭାଗର ମିଳିତ ଚଢାଉ, ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

Published By : Prameya-News7 Bureau | September 19, 2020 IST

ସାଲେପୁର ୧୯।୯: କଟକ ଜିଲ୍ଲା  ଡାଳିଯୋଡା ରେଞ୍ଜ ଅନ୍ତର୍ଗତ ବରମପୁର ପଞ୍ଚାୟତ କମଙ୍ଗ ଗ୍ରାମରେ ଭିଜିଲାନ୍ସ ଓ ବନ ବିଭାଗର ମିଳିତ ଚଢାଉ । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର  ଶାଗୁଆନ କାଠ ଜବତ ହୋଇଛି ।

ବିଶେଷ ସୂତ୍ରରୁ ଖବର ପାଇ ରେଞ୍ଜର ଅଭିରାମ ଜେନା ଓ କଟକ ରାଜ୍ୟ ବନ ବିଭାଗ ଭିଜିଲାନ୍ସ ଡିସିଏଫ ରଜନୀକାନ୍ତ ମହାନ୍ତିଙ୍କ ନେତୃତ୍ବରେ  ଦୁଇଟି ଟିମ୍  ମିଳିତ ଚଢାଉ କରିଥିଲା । କମଙ୍ଗ  ଗ୍ରାମରୁ ୩ ଲକ୍ଷ ଟଙ୍କରୁ ଉର୍ଦ୍ଧ୍ବ ଶାଗୁଆନ କାଠ ଜବତ କରିଛି । ହେଲେ ଏହି କାଠ କାହାର ତାହା ଜଣାପଡିନାହିଁ ।

{"sizeSlug":"large"}

ଦୀର୍ଘ ଦିନ ହେବ ଏହି ଚୋରା କାଠ ମାଫିଆମାନେ ଚୋରା କାରବର ଚଳାଇ ଆସିବା ସହ ଗଛ କାଟି ରାଜୁତି କରିଆସୁଛନ୍ତି । ତୁରନ୍ତ ଚୋରା କାଠର ତଦନ୍ତ  କରି ଦୋଷୀଙ୍କ ବିରୋଧରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଡିସିଏଫ ରଜନୀକାନ୍ତ ମହାନ୍ତି ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.