ମରିବା ପୂର୍ବରୁ କଳିଯୁଗ ବିଷୟରେ ୩ଟି ଭବିଷ୍ୟବାଣୀ କରିଥିଲେ ରାବଣ ; ଜାଣନ୍ତୁ କଣ …ଆଜି ବି ଏ ସବୁ ପ୍ରାସଂଗିକ
17/12/2018 at 6:58 PM

ଭୁବନେଶ୍ୱର ୧୭/୧୨ : ରାବଣ ତ୍ରେତୈୟା ଯୁଗର ରାକ୍ଷସ କିନ୍ତୁ ତ୍ରିକାଳଦର୍ଶୀ ପଣ୍ଡିତ ଭାବେ ପରିଚିତ | ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କ ପତ୍ନୀ ମା ସୀତାଙ୍କୁ ଅପହରଣ କରି ରାବଣ ତାଙ୍କ ଜୀବନର ସବୁଠାରୁ ବଡ ଭୁଲ କରିଥିଲେ | ଯେଉଁ ଭୁଲର ପରିଣାମ ସଦୃଶ୍ୟ ରାବଣଙ୍କୁ ନିଜ ଜୀବନ ହରାଇବାକୁ ପଡିଥିଲା | ରାବଣ ଜଣେ ଜ୍ଞାନୀ ପଣ୍ଡିତ ମଧ୍ୟ ଥିଲେ | ସେ କଳିଯୁଗ ବିଷୟରେ କେତେକ ଭବିଷ୍ୟବାଣୀ କରିଥିଲେ | ମାରିବା ପୂର୍ବରୁ ରାବଣ କଳିଯୁଗ ବିଷୟରେ ୩ଟି ଭୟଙ୍କର ଭବିଷ୍ୟବାଣୀ କରିଥିଲେ ଯାହା ଶୁଣି ଆପଣ ମଧ୍ୟ ଭୟଭୀତ ହୋଇଯିବେ |

ରାବଣଙ୍କୁ ତୀର ବାଜିବା ପରେ ଶ୍ରୀରାମ ଲକ୍ଷ୍ମଣଙ୍କୁ ରାବଣଙ୍କ ପାଖକୁ ଯାଇ କିଛି ଜ୍ଞାନ ଆହରଣ କରି ଆସିବାକୁ କହିଥିଲେ | ଲକ୍ଷ୍ମଣ ଯେହେତୁ ଶ୍ରୀରାମଙ୍କ କୌଣସି କଥାକୁ ଅସମ୍ମାନ କରନ୍ତିନାହିଁ, ତେଣୁ ସେ ରାବଣ ପାଖକୁ ଯାଇଥିଲେ ଜ୍ଞାନ ଆହରଣ ପାଇଁ | ସେତେବେଳେ ରାବଣ ତାଙ୍କୁ ୩ଟି କଥା କହିଥିଲେ |

୧. ରାବଣ କହିଥିଲେ, ଜୀବନରେ ଯାହାବି ଶୁଭ କାମ ଅଛି ତାକୁ ଯେତେ ଶୀଘ୍ର ହଉ କରିଦେବା ଉଚିତ ଏବଂ ଯାହା ଅଶୁଭ କାମ ଅଛି ତାକୁ ଯେତେ ଦିନ ପର୍ଯ୍ୟନ୍ତ ସମ୍ଭବ ଟାଳି ଦେବ ଉଚିତ | ଏମିତି ନକଲେ ଜୀବନରେ ପଶ୍ଚାତାପ କରିବାକୁ ପଡିଥାଏ | ସେ କହିଥିଲେ, ସେ ମଧ୍ୟ ଶ୍ରୀରାମଙ୍କୁ ଚିହ୍ନିବାରେ ଭୁଲ କରିଥିଲେ ଯେଉଁଥିପାଇଁ ତାଙ୍କର ଏଭଳି ଅବସ୍ଥା ହୋଇଛି |

୨. ଦ୍ୱିତୀୟତଃ ନିଜ ଶତ୍ରୁକୁ କେବେ ମଧ୍ୟ ଛୋଟ କିମ୍ବା ଦୁର୍ବଳ ଭାବିବା କଥା ନୁହେଁ | ସେ ବାନର ସେନାକୁ ଛୋଟ ଏବଂ ଦୁର୍ବଳ ଭାବି ବଡ ଭୁଲ କରିଛନ୍ତି ବୋଲି ସ୍ୱୀକାର କରିଥିଲେ |

୩. ନିଜ ଜୀବନର ରହସ୍ୟ କେବେ ମଧ୍ୟ କାହାକୁ କହିବା ଉଚିତ ନୁହେଁ | ଜଣେ ଆଉ ଜଣକର ଯେତେ ନିବିଡ ହେଲେ ମଧ୍ୟ କହିବା ଅନୁଚିତ | କାରଣ ସମସ୍ତେ ସବୁ ସମୟ ସାହାଯ୍ୟ କରନ୍ତିନାହିଁ | ମଉକା ଦେଖି ସେହି ନିଜର ଲୋକଟି ହିଁ ଛୁରୀ ମାରିଥାଏ | ସେ କହିଥିଲେ ମୁଁ ବିଭୀଷଣକୁ ମୋ ରହସ୍ୟ କହିଦେଇଥିଲି | ଯେଉଁଥିପାଇଁ ଆଜି ମୋର ବିନାଶ ହୋଇଛି |