ଜାଲ ବି.ଇ.ଡି ସାର୍ଟିଫିକେଟ୍‌ରେ ସାର: ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

Published By : Prameya-News7 Bureau | September 02, 2020 IST

କେନ୍ଦୁଝର୨/୯: କେନ୍ଦୁଝର ଜିଲ୍ଲାରେ ଧରାପଡିଲେ ୧୨ ଜଣ ବିଇଡି ଡିଗ୍ରୀଧାରୀ ନକଲି ଶିକ୍ଷକ। ମିଳିଥିବା ସୂଚନା ଅନୁସାରେ ଜାଲ ପ୍ରମାଣ ପତ୍ର ଦେଇ ଚାକିରୀ କରିଥିବା ୧୨ ଜଣ ଚୁକ୍ତି ଭିତ୍ତିକ ଶିକ୍ଷକ ଧରା ପଡିଛନ୍ତି। ଚୁକ୍ତି ଭିତ୍ତିକ ଶିକ୍ଷକମାନେ ୩ ବର୍ଷ ଚାକିରୀ କରିବା ପରେ କନିଷ୍ଠ ଶିକ୍ଷକର ମାନ୍ୟତା ପାଇଥାଆନ୍ତି। ଏହି କ୍ରମରେ ଶିକ୍ଷକମାନଙ୍କର ପ୍ରମାଣ ପତ୍ର ଯାଞ୍ଚ ହେଉଥିବା ସମୟରେ ୧୨ ଜଣ ଶିକ୍ଷକଙ୍କର ପ୍ରମାଣ ପତ୍ର ଜାଲ ବୋଲି ଜଣାପଡିଛି ।

୧୨ ଜଣଙ୍କ ପ୍ରମାଣ ପତ୍ର କୁରୁକ୍ଷେତ୍ର, ଗୁହାଆଟି ଏବଂ ବୁନ୍ଦେଲଖଣ୍ଡ ୟୁନିର୍ଭସିଟିର ବୋଲି ଜଣାପଡିଛି। ଏହି ୧୨ ଜଣଙ୍କ ମଧ୍ୟରୁ ଚାରି ଜଣ ମହିଳା ଓ ଆଠ ଜଣ ପୁରୁଷ ଶିକ୍ଷକ ରହିଛନ୍ତି। ଏମୋନେ ସମସ୍ତେ ଏବେ ଜିଲ୍ଲାର ଯୋଡା, ବାଂଶପାଳ, ଘଷିପୁରା ଓ ହରିଚନ୍ଦନପୁର ଇତ୍ୟାଦି ବ୍ଲକର ବିଭିନ୍ନ ସ୍କୁଲରେ କାର୍ଯ୍ୟରତ ଅଛନ୍ତି। ଏହି ଜାଲ ପ୍ରମାଣପତ୍ର କଥା ଜଣାପଡିବା ପରେ ୧୨ ଜଣ ନକଲି ଶିକ୍ଷକଙ୍କ ବିରୋଧରେ ଥାନାରେ ଏଫ୍‌ଆଇଆର୍‌ ଦେବା ଲାଗି ସଂପୃକ୍ତ ଅଞ୍ଚଳର ବିଇଓମାନଙ୍କୁ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.