ଜାଲ ପ୍ରମାଣପତ୍ର ଦେଇ ହୋଇଥିଲେ ଶିକ୍ଷକ, କାର୍ଯ୍ୟାନୁଷ୍ଠାନ ବଦଳରେ ମିଳିଲା ପଦୋନ୍ନତି ! ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର

Published By : Prameya-News7 Bureau | November 29, 2021 IST

ଭଦ୍ରକ ୨୯/୧୧ : ଜାଲ ଆବାସିକ ପ୍ରମାଣପତ୍ରରେ ଚାକିରୀ ହାତେଇଥିବା ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତଦନ୍ତ । କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ମଧ୍ୟ ହୋଇଥିଲା କିନ୍ତୁ ଏବେ କାର୍ଯ୍ୟାନୁଷ୍ଠାନ ବଦଳରେ ପଦୋନ୍ନତି ମିଳିଛି । ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ ।

ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନରେ ବାରିଆଲ ଟୁଡୁ ନିଜର ଭୁଲ ଆବାସିକ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରୀ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ ପରେ ତଦନ୍ତ ହୋଇଥିଲା । ତଦନ୍ତ ରିପୋର୍ଟରେ କାର୍ଯ୍ୟାନୁଷ୍ଠାନ ନେଇ ସୁପାରିଶ କରାଯାଇଥିଲା । କିନ୍ତୁ ପରେ ବ୍ଲକ ଶିକ୍ଷାଧିକାରୀ ତଦନ୍ତ ରିପୋର୍ଟ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦେଇନଥିବା ଅଭିଯୋଗ ହୋଇଛି । ଏହା ସହିତ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ପଦୋନ୍ନତି ଦିଆଯାଇଛି । ଏନେଇ ଅଭିଯୋଗକାରୀ ଭଦ୍ରକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.