୧୯ ଦିନରେ ପହଁଚିଲା ଶିକ୍ଷକ ଆନ୍ଦୋଳନ : ଗୁରୁଦିବସକୁ କଳାଦିବସ ଭାବେ ପାଳନ କରିବ ମଞ୍ଚ

Published By : Prameya-News7 Bureau | September 04, 2018 IST

ଭୁବନେଶ୍ୱର ୪/୯ : ୧୯ ଦିନର ଆନ୍ଦୋଳନ ପରେ ମଧ୍ୟ ଦାବି ପୂରଣ ହୋଇନଥିବାରୁ ଗୁରୁଦିବସକୁ କଳା ଦିବସ ଭାବେ ପାଳନ କରିବା ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ | ଏହା ସହ କାଲିଠୁ ଜୋରଦାର ଆନ୍ଦୋଳନ କରିବ | ଶିକ୍ଷକମାନେ ରାଜ୍ୟବ୍ୟପୀ ଆନ୍ଦୋଳନ କରିବା ସହ ବିଧାୟକଙ୍କ ବାସଭବନ ଘେରାଉ କରିବାକୁ ମଂଚ ନିଷ୍ପତ୍ତି ନେଇଛି | ୬୦ ହଜାରରୁ ଅଧିକ ଶିକ୍ଷକ ଭୁବନେଶ୍ୱର ଲୋୟର ପିଏମଜିରେ ଶୋଭାଯାତ୍ରା କରିବେ | ୫ ରୁ ୭ ତାରିଖ ପର୍ଯ୍ୟନ୍ତ ୬୦ ହଜାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଭୁବନେଶ୍ୱରରେ ରହିବେ | ୬ ତାରିଖ ପୂର୍ବାହ୍ନରୁ ୭ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ବିଧାୟକଙ୍କ ବାସଭବନ କରିବେ | ୧୦ ତାରିଖଠାରୁ ସ୍କୁଲ ଓ କଲେଜର ଅନ୍ୟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ପ୍ରତିବାଦ ସଭାରେ ଧାରଣା ଦେବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.