୪ର୍ଥ ଦିନରେ ଶିକ୍ଷକଙ୍କ ଧାରଣା
19/08/2018 at 6:41 AM

ଭୁବନେଶ୍ବର୧୯/୮:୪ ଦିନ ହେଲା ଶିକ୍ଷକ ଓ ଅଧ୍ୟାପକ ମିଳିତ ମଞ୍ଚର ଆନ୍ଦୋଳନ ଜାରି ହୋଇଛି । ୭ ଦଫା ଦାବି ନେଇ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ପାଖାପାଖି ଏକ ଲକ୍ଷ ଶିକ୍ଷକ । ସର୍ତ୍ତମୂଳକ ଅନୁଦାନ ଆଇନ ପ୍ରତ୍ୟାହାର, ଯୋଗ୍ୟ ବିବେଚିତ ଦିନଠାରୁ ପୂର୍ଣ୍ଣ ଅନୁଦାନ ଆଇନ ଲାଗୁ, ଅବସରକାଳୀନ ସୁବିଧା ସୁଯୋଗ ଆଦି ସେମାନଙ୍କ ପ୍ରମୁଖ ଦାବି ରହିଛି । ଏହି ସବୁ ଦାବିଗୁଡିକ ସରକାର ତୁରନ୍ତ କାର୍ଯ୍ୟକାରୀ କରିବାକୁ ସଂଘ ଦାବି କରିଛି । ତା ନହେଲେ ଆନ୍ଦୋଳନ ଥମିବାର ପ୍ରଶ୍ନ ଉଠୁନାହିଁ ବୋଲି ଶିକ୍ଷକ ଓ ଅଧ୍ୟାପକ ଚେତାବନୀ ଦେଇଛନ୍ତି। ସେପଟେ ଶିକ୍ଷକମାନେ ଆନ୍ଦୋଳନରେ ବସିଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି ।