ବକେୟା ଦରମା ଦାବିରେ ଦୃଷ୍ଟିହୀନ ମୁକ ବଧିର ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଧାରଣା

Published By : Prameya-News7 Bureau | July 02, 2021 IST

ଅନୁଗୋଳ ୨।୭: ଅନୁଗୋଳ ବଳରାମ ପ୍ରସାଦ ସ୍ଥିତ ନକୁଳଚନ୍ଦ୍ର ଦୃଷ୍ଟିହୀନ ମୁକ ବଧିର ବିଦ୍ୟାଳୟର ଷ୍ଟାଫ୍ ଶୁକ୍ରବାର ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି । କୋଭିଡ୍ ସମୟରେ ବିଦ୍ୟାଳୟର ସମ୍ପାଦିକା ମନମୁଖୀ କାର୍ଯ୍ୟ କରୁଛନ୍ତି । ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ୪ ମାସର ଦରମା ବନ୍ଦ କରିବା ଯୋଗୁଁ ଘର ଚଳାଇବାରେ ଅସୁବିଧା ହେଉଛି । ପ୍ରତିବାଦ କରିବାରୁ ୨ ଜଣ ଶିକ୍ଷକଙ୍କୁ ଛଟେଇ କରିଛନ୍ତି ।  ଏହା ଅନ୍ୟାୟ, ସମସ୍ତଙ୍କୁ ଛଟେଇ କରିବା ପାଇଁ ଧମକ ମଧ୍ୟ ଦେଉଛନ୍ତି ।

ରୋଷ୍ଟର ଡ୍ୟୁଟିରେ ଆସୁଥିବା ଷ୍ଟାଫଙ୍କ ଆଟେଣ୍ଡାନ୍ସ ମଧ୍ୟ ପକାଉ ନାହାଁନ୍ତି ।  ତେଣୁ ଏହାକୁ ପ୍ରତିବାଦ କରି ବିଦ୍ୟାଳୟର ସମସ୍ତ ଷ୍ଟାଫ୍ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି । ତୁରନ୍ତ ଏଥିପ୍ରତି ବିଚାର ନ କଲେ ଆତ୍ମହୂତୀର ଧମକ ଦେଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଷ୍ଟାଫ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.