Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜିଠୁ ଗାଁ ଗାଁ ବୁଲିବେ ଆନ୍ଦୋଳନରତ ଶିକ୍ଷକ ; ଦାବି ସଂପର୍କରେ କରିବେ ସଚେତନ

17/09/2018 at 9:34 AM

ଭୁବନେଶ୍ବର ୧୭|୯: ଆଜିଠୁ ଗାଁ ଗାଁ ବୁଲିବେ ଆନ୍ଦୋଳନରତ ଶିକ୍ଷକ । ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଲୋକଙ୍କୁ ଲିଫଲେଟ୍ ବାଣ୍ଟି ସେମାନଙ୍କ ଦାବି ସଂପର୍କରେ ସଚେତନ କରିବେ । ଆଜିଠୁ ବୁଧବାର ପର୍ଯ୍ୟନ୍ତ ୩ ଦିନ ଧରି ଲିଫଲେଟ୍ ବାଣ୍ଟି ଲୋକଙ୍କୁ ନିଜ ଦାବି ସମ୍ପର୍କରେ ସଚେତନ କରିବ ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚ । ଗୁରବାର ରାଜଧାନୀରେ ହେବ ମହାସମାବେଶ । ବ୍ଲକଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣ ଅନୁଦାନ ଦାବିରେ ଆଜିକୁ ୩୨ ଦିନ ହେଲା ଲୋୟର ପିଏମଜିରେ ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚର ଧାରଣା ଜାରି ରହିଛି । ବାରମ୍ବାର ସରକାରଙ୍କ ସହ ମିଳିତ ମଞ୍ଚର ଆଲୋଚନା ଫେଲ୍ ମାରିଛି । କିନ୍ତୁ ଏଥର ନଛୋଡବନ୍ଧା ଶିକ୍ଷକ ଏବଂ ଅଧ୍ୟାପକ । ଶେଷରେ ପଞ୍ଚାୟତ ସ୍ତରରେ ଆନ୍ଦୋଳନ କରିବ ବୋଲି ମଞ୍ଚ ନିଷ୍ପତ୍ତି ନେଇଛି । ଦାବି ପୂରଣ ନହେବା ଯାଏ ସ୍କୁଲକୁ ଫେରିବୁନି ବୋଲି ଅଡି ବସିଛି ମିଳିତ ମଞ୍ଚ ।

   Related Posts