ବିଳମ୍ବିତ ରାତିରେ ମାତିଲେ ସିନ୍ଧିଚୋର: ଶିକ୍ଷକଙ୍କ ଘରେ ବୁଲାଇଲେ କଳାକନା, ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

Published By : Prameya-News7 Bureau | November 03, 2021 IST

କଣ୍ଟାବାଞ୍ଜି ୦୩/୧୧: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାର ଶିକ୍ଷକ ଲୋକନାଥ ମେହେରଙ୍କ ଘରୁ ବିଳମ୍ବିତ ରାତିରେ ଦୃବୁର୍ତ୍ତ ମାନେ ସିନ୍ଧି ଚୋରି କରି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ୧୦ ହଜାର ଟଙ୍କା ଓ ଦାମୀ ଶାଢ଼ୀ ଚୋରି କରି ନେଇଯାଇଛନ୍ତି । ତେବେ ଶିକ୍ଷକ ଜଣକ ଆଜି ସକାଳେ ଚୋରି ହୋଇ ଥିବା ନେଇ ଦେଖିବାକୁ ପାଇଥିଲେ ।

wp:gallery {"ids":[537834],"linkTo":"none"} /wp:gallery

ଶିକ୍ଷକ ବଙ୍ଗୋମୁଣ୍ଡା ପୋଲିସକୁ ଖବର ଦେଇଥିଲେ ପରେ ବଙ୍ଗୋମୁଣ୍ଡା ପୋଲିସ ଘଟଣା ସ୍ଥଳରେରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହାର ୩୦ ଗ୍ରାମ, ଚେନ ୧୧ ଗ୍ରାମ, ମୁଦି ୪ ଗ୍ରାମ, ପାଟଶାଢ଼ୀ ୪ ଗୋଟି, ସମ୍ବଲପୁରୀ ୧୨ ଗୋଟି, ନଗଦ ପ୍ରାୟ ୧୦ ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଦିନକୁ ଦିନ ବଙ୍ଗୋମୁଣ୍ଡା ଅଞ୍ଚଳରେ ଚୋରି ଡକାୟତି ବଢ଼ୁଥିବା ଯୋଗୁ ଲୋକେ ଏଠି ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.