କମିଶନରେଟ୍ ପୋଲିସର ନୋଟିସକୁ ମାନିବନି ଶିକ୍ଷକ-ଅଧ୍ୟପକ-କର୍ମଚାରୀ ମିଳିତ ମଞ୍ଚ

Published By : Prameya-News7 Bureau | September 23, 2018 IST

କମିଶନରେଟ୍ ପୋଲିସର ନୋଟିସକୁ ମାନିବନି ଶିକ୍ଷକ-ଅଧ୍ୟପକ-କର୍ମଚାରୀ ମିଳିତ ମଞ୍ଚ । ଆସନ୍ତାକାଲି ଠାରୁ ଲୋୟର୍ ପିଏମଜି ଛାଡ଼ିବାକୁ ଶିକ୍ଷକମାନଙ୍କୁ ପୋଲିସ୍ ନୋଟିସ୍ ଦେଇଛି । ତେବେ ପୋଲିସ୍ ନୋଟିସ୍ ମାନିବେ ନାହିଁ ବୋଲି କହିଛନ୍ତି ମିଳିତ ମଞ୍ଚ ଆବାହକ ଗୋଲକ ନାୟକ । ଦାବି ପୂରଣ ନହେବା ଯାଏଁ, ଆନ୍ଦୋଳନ ଜାରି ରହିବ ବୋଲି ସେ ଚେତାବନୀ ଦେଇଛନ୍ତି । ଆସନ୍ତାକାଲି ଠାରୁ ଲୋୟର୍ ପି.ଏମ୍.ଜି.ରେ ପ୍ରତି ଜିଲ୍ଲାର ୨ ଜଣ ଲେଖାଏଁ ପ୍ରତିନିଧି ଭୁବନେଶ୍ବରରେ ଧାରଣାରେ ବସିବେ । ଅନ୍ୟମାନେ କଳା ବ୍ୟାଜ୍ ପିନ୍ଧି ସ୍କୁଲରେ ପାଠ ପଢ଼ାଇବେ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରେ ରାଜ୍ୟର ପ୍ରତି ଜିଲ୍ଲାରେ ୧୨ ଘଣ୍ଟିଆ ଅନଶନ କରାଯିବ ବୋଲି ମିଳିତ ମଞ୍ଚ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.