Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଆଇ.ଏମ.ଏସ ଓ ସମ୍ ହସ୍ପିଟାଲରେ ଗୁରୁଦିବସ ପାଳିତ, ୧୦ ଜଣ ଗବେଷକ ସମ୍ମାନିତ

6/09/2021 at 7:14 PM

ଭୁବନେଶ୍ୱର, ୦୬/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇ.ଏମ.ଏସ ଓ ସମ୍ ହସ୍ପିଟାଲରେ ସୋମବାର ଗୁରୁଦିବସ ପାଳନ କରାଯାଇଅଛି । ପ୍ରତି ବର୍ଷ ପରି ପୂର୍ବତନ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଡ. ସର୍ବପଲ୍ଲି ରାଧାକ୍ରିଷ୍ଣଙ୍କ ସ୍ମୃତିଚାରଣ ସହ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇଥିଲା । ଗୁରୁକୁଳ ପରମ୍ପରାର ଆଦର୍ଶ ଓ ମହାନତାକୁ ଆଖିରେ ରଖି ଛାତ୍ର ଏବଂ ଗୁରୁଙ୍କ ମଧ୍ୟରେ କିପରି ପବିତ୍ର ସମ୍ପର୍କ ରହିବ ତା ସହିତ ଛାତ୍ରଛାତ୍ରୀମାନେ କିପରି ଅଗାଧ ଜ୍ଞାନର ଅଧିକାରି ହେବେ ଏହାଥିଲା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

ଅନୁଷ୍ଠାନର ଡିନ୍ ପ୍ରଫେସର ଡ. ଗଙ୍ଗାଧର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରାରମ୍ଭିକ ସୂଚନା ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର, ପ୍ରଫେସର ଡ. ସୁରେଶ୍ୱର ମହାନ୍ତି, ପ୍ରଫେସର ଡ. ତ୍ରିଲୋଚନ ସାହୁ, ଅଧିକ୍ଷକ ପ୍ରଫେସର ଡ. ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ଗୁରୁ ଓ ଶିଶ୍ୟଙ୍କ ମହାନତା ଉପରେ ଆଲୋକପାତ କରିଥିଲେ ।

ଏ ବର୍ଷର ଥିମ୍ ଥିଲା “ଗବେଷଣା ଏବଂ ତାର ପ୍ରସାରଣ’ । ଏହି ଉତ୍ସବରେ କୃତିତ୍ୱ ହାସଲ କରିଥିବା ୧୦ ଜଣ ଗବେଷକଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ସାତ ଜଣ ଗ୍ରାଜୁଏଟ୍ ଛାତ୍ର, ଆଠଜଣ ପୋଷ୍ଟ ଗ୍ରାଜୁଏଟ୍‌, ଦୁଇଜଣ ଡିଏମଓ ଏମ.ସି.ଏଚ ବିଦ୍ୟାର୍ଥି ଓ ବାରଜଣ ଚିକିତ୍ସାବିଦ୍‌ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ନୂତନ ଭାବେ ଯୋଗଦାନ କରିଥିବା ଚାରିଜଣ ପ୍ରଫେସରଙ୍କୁ ସ୍ୱାଗତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ଆଡିସନାଲ ଡିନ୍ ପ୍ରଫେସର ଡ. ଅଜୟ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ ।

ସୂଚନାଯୋଗ୍ୟ ଏହି କାର୍ଯ୍ୟକ୍ରମରେ କୋଭିଡ ନିୟମ ଅନୁଯାୟୀ ୩୦ ଜଣ ଫାକଲଟି ଉପସ୍ଥିତ ଥିବାବେଳେ ଅନ୍ୟାନ୍ୟ ସମସ୍ତେ ଭର୍ଚୁଆଲ ମୋଡ୍‌ରେ ଯୋଗ ଦେଇଥିଲେ ।

   Related Posts