ଧାରଣା ସ୍ଥଳରେ ଗଣେଶ ପୂଜା ପାଳିଲେ ଶିକ୍ଷକ ଅଧ୍ୟାପକ ମିଳିତ ମଂଚ

Published By : Prameya-News7 Bureau | September 13, 2018 IST

ଭୁବନେଶ୍ୱର ୧୩/୯ : ଭୁବନେଶ୍ୱର ଲୋୟର ପିଏମ୍ ଜି ଧାରଣାସ୍ଥଳରେ ଚାଲିଛି ଗଣେଶ ପୂଜା। ଗୁରୁଦିବସ ପରେ ଆଜି ଧାରଣା ସ୍ଥଳରେ ଗଣେଶ ପୂଜା କରିଛନ୍ତି ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚ । ରାସ୍ତା ଉପରେ ବିଦ୍ୟାଦାତା ଗଣେଶଙ୍କୁ ପୂଜା କରି ଆନ୍ଦୋଳନକୁ ତୀବ୍ରତର କରିଛି ସଂଘ। ପୂର୍ଣ୍ଣ ଅନୁଦାନ ଦାବିରେ ଦୀର୍ଘ ଦିନ ହେଲା ଧାରଣାରେ ବସିଛି ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚ । ସଂଘର ଦାବି ନେଇ ବାରମ୍ବାର ବିଭାଗୀୟ ମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା କରିଛି ସଂଘ । ସେହିପରି ବିଧାନସଭାରେ ଶିକ୍ଷକଙ୍କ ପ୍ରସଙ୍ଗ ବିରୋଧୀ ଉଠାଇବାରୁ ଗତକାଲି ମଧ୍ୟ ଶିକ୍ଷକ ନେତାଙ୍କ ସହ ଆଲୋଚନା କରିଥିଲେ ସରକାର । ତେବେ ବୈଠକରେ କିଛି ନିର୍ଯ୍ୟାସ ବାହାରି ପାରିନଥିଲା । ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ, ଦାବି ଉପରେ ଅନୁଧ୍ୟାନ କରିବାକୁ ଏକ୍ସପର୍ଟ କମିଟି ଗଠନ କରି, ସରକାର ୩ ମାସ ମହଲତ ମାଗିଥିଲେ । ଯାହାକୁ ମିଳିତ ମଞ୍ଚ ପ୍ରତ୍ୟାଖ୍ୟାନ କରିଛି । ସାଧାରଣ ପ୍ରଶାସନ, ଆଇନ, ଅର୍ଥ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ମଞ୍ଚର ୨ କର୍ମକର୍ତ୍ତାଙ୍କୁ ନେଇ ଏକ୍ସପର୍ଟ କମିଟି ଗଠନ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.