ଶିକ୍ଷକ ଆନ୍ଦୋଳନ ନେଇ ସରକାରଙ୍କୁ ଘେରିଲେ ବିରୋଧୀ, ଧର୍ମେନ୍ଦ୍ର କଲେ କଡା ସମାଲୋଚନା
5/09/2018 at 5:57 PM

ଭୁବନେଶ୍ବର୫|୯: ଯୋର ଧରିଲା ଶିକ୍ଷକ ଆନ୍ଦୋଳନ । ଚାକିରି ଆରମ୍ଭକୁ ହିସାବକୁ ନେଇ ପୂଣ୍ଣ ଅନୁଦାବିରେ ୨୧ ଦି ହେଲା ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି ଶିକ୍ଷକ । ଆଜି ଗରୁ ଗୁରୁ ଦିବସକୁ କଳା ଦିବସ ଭାବେ ପାଳିଛି ମିଳିତ ଶିକ୍ଷକ ମଂଚ । ସେପଟେ ସ୍କୁଲ କଲେଜରେ ଆଜି ଶୁଭିନଥିଲା ଗୁରୁ ବ୍ରହ୍ଣା ଗୁରୁ ବିଷ୍ଣୁ ବନ୍ଦନା କି ପାଳନ ହୋଇନି ଗୁରୁ ଦିବସ । ଏହାକୁ ନେଇ ବିରୋଧୀ ଆନ୍ଦୋଳନରତ ଶିକ୍ଷକଙ୍କୁ ଭେଟିବା ସହ ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି । ଏପଟେ ଶିକ୍ଷକ ସମ୍ବର୍ଦ୍ଧନାକୁ ବନ୍ଦ କରିଥିବା ରାଜ୍ୟ ସରକାର କହିଛନ୍ତି ଶିକ୍ଷକ ସମାଜ ଗରୁ ଦିବସକୁ କଳା ଦିବସ ପାଳିବା ଗୁରୁମାନଙ୍କୁ ଅସମ୍ମାନ । ଆଲୋଚନାରେ ସମସ୍ୟା ସମାଧାନ ହେବ ଶିକ୍ଷକ ଆନ୍ଦୋଳନରୁ ଓହରନ୍ତୁ ।
ଭୁବନେଶ୍ବର ବିଧାନସଭା ଆଗରେ ଲୋୟର ପିଏମଜିରେ୨୧ ଦିନ ହେଲା ଆନ୍ଦୋଳନରେ ବସିଥିବା ଶିକ୍ଷକ ମାନେ ପାଳିଛନ୍ତି କଳା ଦିବସ । ଛାତିରେ କଳା ବ୍ୟାଚ ପିନ୍ଧି ବର୍ଷାରେ ଭିଜି ଭିଜି ସରକାରଙ୍କ ବିରୋଧରେ ଶିଧକମାନେ ଚଳାଇଛନ୍ତି ନାରା ବାଜି । ଯେଉଁ ପାର୍ଟିରେ ଆଜି ଛାତ୍ର ଛାତ୍ରୀଙ୍କୁ ଆର୍ଶିବାଦ କରିବା କଥା ସେଇ ପାର୍ଟିରେ ଚାଲିଛି ସରକାର ବିରୋଧୀ ସ୍ଲୋଗାନ । ଗୁରୁ ଶଇଷ୍ୟର ପର୍ମ୍ପରା ଲାଗି ପାଳନ ହେଉଥିବା ଗୁରୁ ଦିବସରେ ରାଜରାସ୍ତାରେ ସର୍ବପଲ୍ଲୀ ରାଧା କିଷ୍ଣନଙ୍କ ଫଟୋରେ ପୂଜା କରିଛନ୍ତି ଶିକ୍ଷକ । ଏପଟେ ସ୍କୁଲରେ ଶିକ୍ଷକଙ୍କୁ ନପାଇ ପାଖ ଆଖ ସ୍କୁଲ କଲେଜର କିଛି ଛାତ୍ର ଛାତ୍ରୀ ରାଜ ରାସ୍ତାରେ ଗୁରୁପୂଜା କରି ଆର୍ଶିବାଦ ନେଇଛନ୍ତି ।
ଗୁରୁ ଦିବସକୁ କଳା ଦିବସ ଭାବେ ପାଳିଥିବା ମିଳିତ ଶିକ୍ଷକ ମଞ୍ଚ କାଲି ସମସ୍ତ