ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ମାଡ

Published By : Prameya-News7 Bureau | July 11, 2018 IST

ବିଦ୍ୟାଳୟ ପରିସର ପାଲଟିଲା ରଣ କ୍ଷେତ୍ର । ଶିକ୍ଷକଙ୍କୁ ଗୋଡାଇ ଗୋଡାଇ ପିଟିଲେ ଅବିଭାବକ । ଏପରି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲା ଏରସମା ବ୍ଲକ ରତନପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ । ଗାଁରେ କତେକ ପ୍ରଭାବଶାଳି ଲୋକଙ୍କ ଦ୍ୱାରା କଂଗାରୁ କୋର୍ଟ ବସାଯାଇ ଅଭିଯୁକ୍ତ ଶିକ୍ଷକଙ୍କ ଠାରୁ ୩ ଲକ୍ଷ ଟଙ୍କା ଯୋରିମାନା ଆଦାୟ ପରେ ଘଟଣାକୁ ଚପାଇ ଦିଆ ଯାଇଥିବା ବେଳେ ନିୟୁଜ ସେଭେନ ହାତରେ ପଡିଛି ଏହି ଆକ୍ରମଣ ସମୟର ଭିଡିଓ । ଏହି ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ନାମରେ ସଙ୍ଗିନ ଅଭିଯୋଗ ଆସିବା ପରେ ବିଦ୍ୟାଳୟ ପରିସରରେ ସୃଷ୍ଟି ହୋଇଥିଲା ଏପରି ତୁମୁଳ କାଣ୍ଡ । ବିଦ୍ୟାଳୟର ଜନୈକ ଶିକ୍ଷକ ୩ ଦିନ ତଳେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଏକୁଟିଆ ଅଫିସ ଘର ଭିତରକୁ ଡାକି ନେବା ସହ ସେଠାରେ ଛାତ୍ରୀଙ୍କ ସହିତ ଅସଦାଚରଣ କରିଥିଲେ । ଏହି ବାବଦରେ ସଂପୃକ୍ତା ଛାତ୍ରୀ ଜଣକ ଘରେ ଯାଇ ସବୁକଥା କହିବା ପରେ ଗାଁରେ ସୃଷ୍ଟି ହୋଇଥିଲା ଉତ୍ତେଜନା । ଛାତ୍ରୀଙ୍କ ଅବିଭାବକ ଓ ଗ୍ରାମବାସୀ ମାନେ ଏବାବଦରେ ସଂପୃକ୍ତ ଶିକ୍ଷକଙ୍କୁ ପଚରିବା ପାଇଁ ଆସିଥିବା ବେଳେ ଏହାକୁ ନେଇ ବଚସା ହୋଇଥିଲା । ଏହି ସମୟରେ ଘଟଣାର ସମାଧାନ ଉଦେଶ୍ୟରେ ନିକଟ ବିଦ୍ୟାଳୟର ଅନ୍ୟକତେକ ଶିକ୍ଷକ ମଧ୍ୟ ଏହି ସ୍ଲୁଲରେ ପହଂଚି ଘଟଣାର ଆପୋସ ସମାଧାନ ପାଇଁ ଚପ ପକାଇବାରୁ ଅଧିକ ଗୋଡାଇ ଗୋଡାଇ ମାଡ ମାରିଥିଲେ । ମାଡ ମାରିବା ସମୟରେ ଶିକ୍ଷକ ମାନେ ଜୀବନ ବିକଳରେ ଦଉଡି ପଳାଉଥିବାର ଦେଖିବାକୁ ମିଳିଥିଲା । ପରେ ଗାଁରେ କିଛି ମୁଷ୍ଟିମେୟ ଲୋକଙ୍କ ଦ୍ୱାରା କଂଗାରୁ କୋର୍ଟ ବସାଯାଇ ଅଭିଯୁକ୍ତ ଶିକ୍ଷକଙ୍କ ଠାରୁ ୩ ଲକ୍ଷ ଟଙ୍କା ଯୋରିମାନା ଆଦାୟ କରା ଯାଇ ପରେ ଘଟଣାକୁ ଚପାଇ ଦିଆ ଯାଇଛି । ଏହି ବାବଦରେ ଉଭୟ ପକ୍ଷରୁ ଠାନାରେ କୌଣସି ଅଭିୋଗ ହୋଇ ନାହିଁ । ଘଟଣା ବାବଦରେ ସଂପୃକ୍ତ ଅବିଭାବକ କିମ୍ବା ଗ୍ରାମବାସୀ କ୍ୟାମେରା ଆଗରେ କିଛି କହିବା ପାଇଁ ରାଜି ହୋଇ ନଥିବା ବେଳେ ଘଟଣାର ତଦନ୍ତ କରାଯାଇ ଖୁବ ସିଘ୍ର ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କରାଯିବ ବୋଲି ଜିଲା ଶିକ୍ଷା ଅଧତ୍କାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.