ଅନନ୍ତ ଦାସଙ୍କ ଜଳେଶ୍ୱରସ୍ଥିତ ବାସଭବନ ଘେରାଉ କଲେ ଆନ୍ଦୋଳନରତ ଶିକ୍ଷକ
14/09/2018 at 2:37 PM

ଜଳେଶ୍ୱର ୧୪/୯ : ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀଙ୍କ ମିଳିତ ମଂଚ ତରଫରୁ ଭୁବନେଶ୍ବର ଠାରେ ଗତ ଅଗଷ୍ଟ ୧୬ ତାରିଖରୁ ହୋଇଥିବା ଧାରଣା ପରେ ବ୍ଲକ ସ୍ତରରେ ପହଂଚିଛି ।ଆଜି ଭୋଗରାଇ ବିଧାୟକ ତଥା ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ଦାସଙ୍କ ବାସ ଭବନକୁ ଭୋଗରାଇର ସମସ୍ତ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ଘେରାଉ କରିଥିଲେ। ଗତ ୨୦୧୭ ମସିହାରେ ରାଜ୍ୟ ସରକାର ବ୍ଲକ ଗ୍ରାଣ୍ଡ ଶିକ୍ଷକ ବ୍ୟବସ୍ଥା ଉଛେଦ କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ଯାଏ ତାହା ହୋଇନାହିଁ । ସପ୍ତମ ବେତନ କମିଶନ ସୁପାରିଶରେ ଦରମା ବ୍ଲକ ଗ୍ରାଣ୍ଡ ଶିକ୍ଷକ ମାନେ ପାଉନାହାନ୍ତି । ଏହିସବୁ ମୁଖ୍ୟ ଦାବୀ ପୁରଣ ନହଲେ ଅନିର୍ଦିଷ୍ଟ କାଳ ଯାଏ ଧାରଣା ଓ ବିକ୍ଷବ ଚାଲୁ ରହିବ ବୋଲି ମିଳିତ ମଂଚ ପକ୍ଷରୁ କୁହାଯାଇଥିଲା । ମାତ୍ର ସରକାର କର୍ଣ୍ଣପାତ କରି ନଥିଲେ ଫଳରେ ଆଜି ମନ୍ତ୍ରୀଙ୍କ ବାସଭବନରେ ତାଙ୍କର ଦାବି ଜଣାଇଥିଲେ।