ପୋଲିସ ପରେ ପହରା ଦେଉଛନ୍ତି ଶିକ୍ଷକ, କୋରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ପାଳି କରି ଜଗୁଛନ୍ତି ସୀମା

Published By : Prameya-News7 Bureau | May 04, 2021 IST

ନବରଙ୍ଗପୁର  ୦୪।୦୫: ରାଜ୍ୟରେ ବଢ଼ି ଚାଲିଥିବା କୋରୋନା ସଂକ୍ରମଣକୁ ମାତ୍ ଦେବାପାଇଁ ପୋଲିସ ବିଭାଗ ପରେ ଏବେ ପ୍ରହରା ଦେଉଛନ୍ତି ଶିକ୍ଷକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ନବରଙ୍ଗପୁର ଛତିଶଗଡ ସୀମାନ୍ତ ଗ୍ରାମ ଦଣ୍ଡସୋରା ଗ୍ରାମରେ । ଦିନକୁ ଆଠ ଘଣ୍ଟା ଲେଖାଏ ପାଳି କରି ସୀମାରେ ଜଗି ରହୁଛନ୍ତି ଶିକ୍ଷକ।

{"id":448275,"sizeSlug":"large","linkDestination":"none"}

ନବରଙ୍ଗପୁର ଜିଲ୍ଲା ସୀମାରେ ପହରା ଦେଉଛନ୍ତି ଶିକ୍ଷକ ।  ଜିଲ୍ଲାର ୪ ଟି ବ୍ଲକର ୩୬ଟି ରାସ୍ତା ଛତିଶଗଡ଼ଜୁ ଛୁଉଁଛି । ଏଭିତରୁ ଉମରକୋଟ ବ୍ଲକର ଦଣ୍ଡେସରା ଓ ରାଇଘର ବ୍ଲକର କୁନ୍ଦେଇ ଦେଇ ଯାଇଛି ପ୍ରମୁଖ ରାସ୍ତା। ଏହି ଦୁଇ ସୀମାରେ ଛତିଶଗଡରୁ ଆସୁଥିବା ଲୋକଙ୍କ ଅବାଧ ଯାତାୟତ ରୋକିବାକୁ ସ୍ଥାନୀୟ ଶିକ୍ଷକ ମାନଙ୍କୁ ଦିଆଯାଇଛି ଦାୟିତ୍ବ । ଦଣ୍ଡେସରା ସୀମାରେ ୩୦ ଜଣ ଏବଂ କୁନ୍ଦେଇ ସୀମାରେ ୨୦ ଜଣ ଶିକ୍ଷକ ପାଳି କରି ୨୪ଘଣ୍ଟିଆ ପହରା ଦେବେ ବୋଲି ଆଦେଶନାମା ଜାରି କରିଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ। ସ୍ଥାନୀୟ ଟ୍ରାଫିକ ସବଇନ୍ସପେକ୍ଟର ଏବଂ ଦୁଇ ବ୍ଲକର ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି କରାଯାଇଛି ।

କରୋନା ଭଳି ଜାତୀୟ ବିପତ୍ତି ସମୟରେ ଶିକ୍ଷକଙ୍କ କାମକୁ ସ୍ବାଗତ କରାଯାଇଛି । ତେବେ ଶିକ୍ଷକଙ୍କୁ କୋଭିଡ ଯୋଦ୍ଧା ଘୋଷଣା ନକରି ବିପଦ ମୁହଁକୁ ଠେଲି ଦିଆଯାଇଥିବା ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଅଭିଯୋଗ କରିଛି । ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ଶିକ୍ଷକମାନଙ୍କୁ ଆଗଧାଡିର କରୋନା ଯୋଦ୍ଧା ଘୋଷଣା କରିବା ସହ ଅଗ୍ରାଧିକାର ଭିତ୍ତିରେ ଟିକା ଦେବା ଲାଗି ଦାବି କରିଛି ଓଡିଶା ସ୍କୁଲ ଶିକ୍ଷକ ସଂଘ- ଓଷ୍ଟା। 

{"id":448274,"sizeSlug":"large","linkDestination":"none"}

ନବରଙ୍ଗପୁରରେ କୋଭିଡ ଡ୍ୟୁଟି କରୁଛନ୍ତି ଶିକ୍ଷକ । ହେଲେ ସୀମାରେ ପହରା ଦେବା ଭଳି ଗୁରୁଦାୟିତ୍ବ ଦିଆଯାଇଥିବା ଶିକ୍ଷକମାନଙ୍କୁ ସାନିଟାଇଜର, PPE କିଟ,ଗ୍ଲୋବସ କିମ୍ବା ଅନ୍ୟ କୌଣସି ସରଞ୍ଜାମ ମିଳିନାହିଁ । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.