Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଲେଖିଲେ ପ୍ରେମ ପତ୍ର, ତାପରେ ଅବସ୍ଥା ହେଲା ଅସମ୍ଭାଳ

27/06/2021 at 10:59 PM

ଇନ୍ଦୋର ୨୭/୬: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସାରଙ୍କ ପ୍ରେମ ପତ୍ର । ଏହା ଶୁଣି ସାରିବା ପରେ ଗ୍ରାମବସୀଙ୍କ ରାଗ ପଞ୍ଚମରେ ପହଞ୍ଚିଗଲା । ତାପରେ ଯାହା ହେଲା ଆପଣ ଅନୁମାନ କରିପାରୁଥିବେ । ଘରୋଇ ସ୍କୁଲ୍‌ର ଶିକ୍ଷକଙ୍କୁ ଲଣ୍ଡା କରି ମୁହଁରେ କାଳି ବୋଳି ଗାଁରେ ବୁଲାଇଲେ ଗାଁ ଲୋକେ। ଘଟଣାଟି ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଘଟିଛି।

ପୋଲିସର କହିବା ଅନୁଯାୟୀ,  ଶନିବାର ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ୧୫ ବର୍ଷୀୟା ଛାତ୍ରୀଙ୍କୁ  ଯୌନ ଉତ୍ପୀଡ଼ନ ଅଭିଯୋଗରେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି। ମାନପୁର ଥାନାଧିକାରୀ ହିତେନ୍ଦ୍ର ରାଠୋର ରବିବାର ଦିନ କହିଛନ୍ତି, ଏହି ମାମଲାରେ ଇନ୍ଦେରରୁ ୭୦ କିମି ଦୂର ଖେଡୀସୀହୋଦରୁ ଅଭିଯୁକ୍ତ ୨୪ ବର୍ଷୀୟ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ।

ଶିକ୍ଷକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଏବଂ ଧମକ ଦେବା ଅଭିଯୋଗରେ ବିଭିନ୍ନ ଆଇପିସି ଧାରା ଏବଂ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଶିକ୍ଷକ ଜଣଙ୍କ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଧମକ ଦେଇ କହିଥିଲେ ଯଦି ପ୍ରେମ ନିବେଦନ ସ୍ବୀକାର ନକରନ୍ତି ତେବେ ତାଙ୍କ ପରିବାରକୁ ଏହାର ଫଳ ଭୋଗିବାକୁ ପଡ଼ିବ । ସେପଟେ ଶିକ୍ଷକଙ୍କ ସହ ମାରପିଟ, ଗାଳିଗୁଲଜ ଏବଂ ଦୁର୍ବ୍ୟବହାର କରିଥିବା ଗ୍ରାମବାସୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ପୋଲିସ ।

   Related Posts