ମାତ୍ର ତିନି ଶହ ଟଙ୍କା ପାଇଁ ବିଦ୍ୟାର୍ଥୀଙ୍କ ଭବିଷ୍ୟତରେ କଳାଦାଗ ଲଗାଇ ଦେଲେ ଶିକ୍ଷକ ; ସାର୍ଟିଫିକେଟରେ ଲେଖିଲେ ଚରିତ୍ର ଖରାପ

Published By : Prameya-News7 Bureau | June 18, 2018 IST

ମାତ୍ର ତିନି ଶହ ଟଙ୍କା ଚାନ୍ଦା ପାଇଁ ମେଟ୍ରିକ ପାସ ଦୁଇ ବିଦ୍ୟାର୍ଥୀଙ୍କ ଆଗାମୀ ଭବିଷ୍ୟତରେ କଳା ଦାଗ ଲଗାଇ ଦେଲେ ଶିକ୍ଷକ । କଳାହାଣ୍ଡି ଜିଲ୍ଲା ସଁପୁରେ ଉନ୍ନିତ ଉଚ୍ଚ ବିଦ୍ୟାଳୟର ୨ମାଟ୍ରିକ ପାସ ଛାତ୍ର ସ୍ଲୁଲରେ ଆଦାୟ କରାଯାଉଥିବା ୩୦୦ ଟଙ୍କା ଚାନ୍ଦାକୁ ବିରୋଧ କରିବାରୁ ସ୍ଲୁଲ କର୍ତ୍ତୃପକ୍ଷ ସ୍ଲୁଲ ପରିତ୍ୟାଗ ପ୍ରମାଣ ପତ୍ରରେ ଖରାପ ଚରିତ୍ର ଦର୍ଶ।ଇଛନ୍ତି । ଫଳରେ ୨ଛାତ୍ରଙ୍କ ଆଗାମୀ ଉଚ୍ଚ ଶିକ୍ଷା ପାଇଁ ବାଧା ଉପୁଜିଛି । ୟେ ୨ ଜଣ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ସଁପୁରେ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଚଳିତ ମ୍ୟାଟ୍ରିକ ପାସ ଛାତ୍ର ଦବେନ୍ଦ୍ର ସାହୁ ଓ ଦୁଲେଶ୍ବର ସାହୁ । ହେଲେ ମେଟ୍ରିକ ପାସ ପରେ ୨ଜଣଙ୍କ ଉଚ୍ଚ ଶିକ୍ଷା ପାଇଁ ଉପୁଜିଛି ବାଧା । କାରଣ ୨ ଜଣଙ୍କ ସ୍ଲୁଲ ପରିତ୍ୟାଗ ପ୍ରମାଣ ପତ୍ରରେ ଖରାପ ଚରିତ୍ର ଉଲ୍ଲେଖ କରିଛନ୍ତି ସ୍ଲୁଲ କର୍ତ୍ତୃପକ୍ଷ । ଛାତ୍ର ୨ ଜଣଙ୍କ ଆଭିଯୋଗ ଆନୁଯାୟୀ ସ୍କୁଲ କର୍ତ୍ତୃପକ୍ଷ ଯୁକ୍ତ ୨ରେ ନାମ ଲେଖା ପାଇଁ ଆବଶ୍ୟକ ବୋର୍ଡ ସାର୍ଟିଫିକେଟ ଓ ସ୍ଲୁଲ ପରିତ୍ୟାଗ ପ୍ରମାଣ ପତ୍ର ଦେବାକୁ ୩୦୦ଟଙ୍କା ଦାବୀ କରୁଥିଲେ । ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ୫୨ଜଣ ପରୀକ୍ଷାର୍ଥୀ ପାସ କରି ସ୍ବଚ୍ଚଳ ବର୍ଗର ପରୀକ୍ଷାର୍ଥି ଟଙ୍କା ପୌଠ କରିଥିବା ବଳେ ଏହି ୨ଜଣ ଛାତ୍ର ଆର୍ଥକ ସ୍ଥିତି ଠିକ ନଥିବାରୁ ଏହାକୁ ବିରୋଧ କରିଥିଲେ । ଏନେଇ ସ୍ଲୁଲ କର୍ତ୍ତୃପକ୍ଷ ସହ ବାଦ ବିବାଦ ବି ହୋଇଥିଲା । ଏହାକୁ ଆଳ କରି ପ୍ରଧାନ ଶିକ୍ଷୟତ୍ରୀ ଏହି ୨ ଛାତ୍ରଙ୍କ ସ୍ଲୁଲ ପରିତ୍ୟାଗ ପ୍ରମାଣ ପତ୍ରରେ ଖରାପ ଚରିତ୍ର ଦର୍ଶ।ଇ ଛାତ୍ର ଭବିଷ୍ୟତ ସହ ଖେଳ ଖେଳିଛନ୍ତି । ଆନ୍ୟପକ୍ଷରେ ସ୍ଲୁଲର ପ୍ରଧାନଶିକ୍ଷୟତ୍ରୀ ସରୋଜିନୀ ଶତପଥୀ ୩୦୦ଟଙ୍କା ଚାନ୍ଦା ଆଦାୟକୁ ଖଣ୍ଡନ କରୁଥିବା ବଳେ ଛାତ୍ରଙ୍କ ବିଶୃଙ୍ଖଳା ଆଚରଣ ପାଇଁ ଖରାପ ଚରିତ୍ର ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ସଫେଇ ଦେଉଛନ୍ତି । ବର୍ତମାନ ସ୍ଲୁଲ ପରିତ୍ୟାଗ ପ୍ରମାଣ ପତ୍ରରେ ନଷ୍ଟ ଚରିତ୍ର ଛାତ୍ରକୁ ଯୁକ୍ତ ୨ ଶିକ୍ଷା ଆନୁଷ୍ଟାନ ଗ୍ରହଣ ପାଇଁ ମନା କରିବା ପରେ ୨ ଛାତ୍ରଙ୍କ ଅଭିଭାବକ କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ପାଇଁ ନିବେଦନ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦଶେରେ ବର୍ତମାନ ଜିଲ୍ଲା ଶିକ୍ଷା ଆଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତଥା ଯୁକ୍ତ ୨ ପାଠ ପଢା ପାଇଁ ସହାୟାତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.