ଏବେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ, ଗାଁକୁ ଯାଇ ପାଠ ପଢାଇବେ ଶିକ୍ଷକ- ସମୀର ଦାସ

Published By : Prameya-News7 Bureau | August 15, 2020 IST

ଭୁବନେଶ୍ୱର, ୧୫|୦୮:  ରାଜ୍ୟରେ ଏବେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ । ପିଲାଙ୍କୁ ପାଠ ପଢାଇବା ପାଇଁ ନୂଆ ଯୋଜନା ଆରମ୍ଭ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ଦେଶରେ କରୋନା ଭାଇରସ ପାଇଁ ଜୀବନ ଯାତ୍ରା ଠପ୍ ହୋଇଯାଇଛି । ଲକଡାଉନ୍ ପରେ ଅନଲକ୍ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରାୟତଃ ସ୍କୁଲ ଓ କଲେଜ ବନ୍ଦ ରହିଛି । କେବେ ସ୍କୁଲ କଲେଜ ଖୋଲିବ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗିରହିଛି । ତେବେ ଏହାମଧ୍ୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ଯେ, ଏବେ ସ୍କୁଲ ଖୋଲିବାର ସମ୍ଭବନା ନାହିଁ । ପିଲାଙ୍କୁ ପାଠ ପଢାଇବା ପାଇଁ ନୂଆ ଯୋଜନା ଆରମ୍ଭ ହେବ । ଏହାର ନାମ ରହିବ ଶିକ୍ଷା ସମ୍ପର୍କ ଯୋଜନା । କେନ୍ଦ୍ର ସରକାର ସେପ୍ଟେମ୍ବର ଗାଇଡ ଲାଇନରେ ସ୍କୁଲ ଖୋଲିବା ଅନୁମତି ଦେଲେ ପରବର୍ତୀ କାର୍ଯ୍ୟ ପନ୍ଥା ସ୍ଥିର କରାଯିବ। ସେପ୍ଟେମ୍ବରରେ କରୋନାରେ ସେତେଟା ଅଙ୍କୁଶ ନଥିବା ଆଶା କରାଯାଉଛି। ତେଣୁ ସେପ୍ଟେମ୍ବର ସ୍ଥିତିକୁ ନେଇ ସ୍କୁଲ ସଂପର୍କରେ ନିଷ୍ପତି ହେବ ।

wp:html /wp:html

ଶିକ୍ଷା ସମ୍ପର୍କ ଯୋଜନାରେ, ଗାଁକୁ ଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷକମାନେ ପାଠ ପଢାଇବେ । ଏବେ ୨୨ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।ଅନଲାଇନ୍ ଶିକ୍ଷାରୁ ଏବେ ପ୍ରାୟ ୪୦ ଲକ୍ଷ ପିଲା ବଞ୍ଚିତ ହେଉଛନ୍ତି । ଚଳିତ ଶିକ୍ଷା ବର୍ଷରେ ୬୬ ଲକ୍ଷ ପିଲା ରହିଥିବା ବେଳେ ଲନଲାଇନ ପାଠପଢା ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିଛି। ତଥାପି ଓଡିଶାର ଶିକ୍ଷା ବିଭାଗରେ ଶିକ୍ଷକମାନେ କରୋନା ମହାମାରୀ ଭୟ ଭିତରେ ପାଠ ପଢାଉଛନ୍ତି। ସେଥିପାଇଁ ପିଲା ପାହାଡ ଚଢୁଛନ୍ତି ଓ ଗଛ ଉପରକୁ ଯାଉଛନ୍ତି । ଯାହାହି ଖୁସିର କଥା। ନେଟଓ୍ୱାର୍କ ସମସ୍ୟା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅବଗତ କରିଛନ୍ତି। ତଥାପି ଶିକ୍ଷା ସଂପର୍କ ସହଯୋଗରେ ପିଲାଙ୍କ ପାଖରେ ପଂହଚି ବାକୁ ଉଦ୍ୟମ ଆରମ୍ଭ ହୋଇଛି । ‍ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଶିକ୍ଷାବର୍ଷର ସମୟକୁ ଦେଖି ନୂଆ ପାଠ୍ୟକ୍ରମ ପ୍ରସ୍ତୁତ ପାଇଁ କମିଟି ଗଠନ ହୋଇ ସାରିଛି। ଖୁବଶୀଘ୍ର କମିଟି ନୂଆ ସିଲାବସ୍ ପ୍ରସ୍ତୁତ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.