ଦେଇପାରିଲେନି କମିଟି ଟଙ୍କାର ହିସାବ: ଶିକ୍ଷକଙ୍କୁ ଅପହରଣ ପରେ ଗଛରେ ବାନ୍ଧି ମାଡ, ଥାନାରେ ଏତଲା

Published By : Prameya-News7 Bureau | October 06, 2021 IST

ଭଦ୍ରକ୍ ୦୬/୧୦: କମିଟି ଟଙ୍କାର ହିସାବ ପାଇଁ ଶିକ୍ଷକଙ୍କୁ ଅପହରଣ ଓ ମାଡ଼ ଅଭିଯୋଗ । ଏମିତି କି ବହୁ ଲୋକ ଏକାଠି ହୋଇ ଆକ୍ରମଣ ସହ ଗଛରେ ବାନ୍ଧି ଦେଇଥିବା ନେଇ ଅଭିଯୋଗ କରିଛନ୍ତି ଶିକ୍ଷକ । ତେବେ ପୋଲିସ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଧାର କରିଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଦୈସିଂ ପଞ୍ଚାୟତ ର ସୁବର୍ଣ୍ଣସ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଏମିତି ଘଟଣା ଘଟିଛି ।

wp:gallery {"ids":[523167],"linkTo":"none"} /wp:gallery

ଗ୍ରାମାଞ୍ଚଳ ଥାନା ରେ ଲିଖିତ ଏତଲା ଅନୁଯାୟୀ ଗ୍ରାମର କେତେକ ଲୋକ ସହକାରୀ ଶିକ୍ଷକ ନରହରି ସେଠିଙ୍କୁ କମିଟି ଟଙ୍କାର ହିସାବ ପାଇଁ ଉଠାଇନେବା ସହ ଗଛରେ ବାନ୍ଧି ମାଡ଼ ମାରିଥିଲେ । ପରେ ଗ୍ରାମାଞ୍ଚଳ ପୋଲିସ ଶିକ୍ଷକଙ୍କୁ ଉଦ୍ଧାର କରିଛି । ପରେ ସମ୍ପୃକ୍ତ ଶିକ୍ଷକ ଓ ଶିକ୍ଷକ ସଂଘ ତରଫରୁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ନକଲେ ଶିକ୍ଷକ ମାନେ ପାଠ ପଢ଼ାଇବା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.