ରସିକିଆ ମାଷ୍ଟ୍ରେ କରିଛନ୍ତି ମହିଳାଙ୍କ ସହ ଅଶ୍ଲୀଳ ଭିଡିଓ, ମୋବାଇଲ୍‌ ଥୋଇ ନିଜେ କରିଛନ୍ତି ସୁଟିଂ : ଭାଇରାଲ ହେବା ପରେ ସାର୍‌ ଫେରାର

Published By : Prameya-News7 Bureau | April 19, 2021 IST

ଭଦ୍ରକ ୧୯।୪: ରସିକିଆ ଶିକ୍ଷକଙ୍କ ରାସଲୀଳା । କେବଳ ରସିକିଆ କହିଲେ କମ୍‌ ହେବ, ବରଂ ପର୍ଣ୍ଣ ଷ୍ଟାର୍ କହିଲେ ଠିକ୍‌ ହେବ । ଜଣେ ମହିଳାଙ୍କ ସହ ଅନ୍ତରଙ୍ଗ ଶାରିରୀକ ସଂପର୍କ, ତାହା ପୁଣି ବିଭିନ୍ନ ଢଙ୍ଗରେ । ସବୁଠୁ ଲଜ୍ଜା ଓ ଚିନ୍ତାଜନକ କଥାଟି ହେଲା , ସାର୍‌ ନିଜେ ମୋବାଇଲ ଥୋଇ ଏକ ବନ୍ଦ ଘରେ ସୁଟିଂ କରିଛନ୍ତି । ବାରମ୍ବାର ମୋବାଇଲ କ୍ୟାମେରାକୁ ଅନାଇ ରେକଡିଂ ହେଉଛି କି ନାହିଁ , ତାହା ମଧ୍ୟ ଦେଖୁଛନ୍ତି । ସଂପୂର୍ଣ୍ଣ ଉଲ୍ଲଗ୍ନ ଅବସ୍ଥାରେ ମାଷ୍ଟ୍ରେଙ୍କର ଏହି କାରନାମା ଦେଖିଲେ, ସାମାନ୍ୟ ଶିକ୍ଷାଦିକ୍ଷା ଥିବା ମଣିଷ ବି ଲାଜରେ ମୁଣ୍ଡ ଉଠାଇବ ନାହିଁ । କିନ୍ତୁ ଆଗରୁ ଅପବାଦରେ ଫସିଥିବାଏହି ଶିକ୍ଷକ ଜଣଙ୍କ କିଛି ମନ୍ଦ ଉଦ୍ଦେଶ୍ୟ କିମ୍ବା ଅନ୍ୟ କିଛି ସ୍ୱାର୍ଥ ଲକ୍ଷ୍ୟରେ ଏପରି ଅଶ୍ଲୀଳ ଭିଡିଓ ତିଆରି କରିଥିବାର ଭିଡିଓ ଦେଖିଲେ ସ୍ପଷ୍ଟ ହୋଇଯିବ । ଭଦ୍ରକ ଚରମ୍ପାରେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଏହି ଭିଡିଓ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଭିଡିଓ କିଏ ଛାଡିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ କିମ୍ବା ପୋଲିସରେ ଏନେଇ କୌଣସି ଅଭିଯୋଗ ଥିବା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସାର୍‌ଙ୍କ ପରିଚୟ ସ୍ପଷ୍ଟ ହୋଇଛି । ସେ ଶିକ୍ଷକ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ଚରମ୍ପା କୋଡବରୁଆଁ ୟୁଜିଏମଇ ସ୍କୁଲରେ କାର୍ଯ୍ୟରତ ଜଣେ ସହକାରୀ ଶିକ୍ଷକ । ତେବେ ସଂପୃକ୍ତ ଶିକ୍ଷକଙ୍କ ରାସଲୀଳାର ଭିଡିଓ ଏବେ ମୋବାଇଲ୍‌ରୁ ମୋବାଇଲକୁ ଘୁରିବୁଲୁଛି ।

ସୂଚନାଯୋଗ୍ୟ ଯେ, ଶିକ୍ଷକଙ୍କ ଘର ସାବରଙ୍ଗ ଶାସନର ଗ୍ରାମରେ । ଏହି ରସିକିଆ ଶିକ୍ଷକ ଜଣଙ୍କ ପୂର୍ବରୁ ଛାତ୍ରୀଙ୍କ ଉପରେ ଖରାପ ନଜର ପକାଇ ଦଣ୍ଡିତ ହୋଇଥିଲେ । ସେହି ସମୟରେ ରସିକିଆ ଶିକ୍ଷକ ଭାବେ ବେଶ୍ ଚର୍ଚ୍ଚାରେ ରହିଥିଲେ । ଏବେ ସଂପୃକ୍ତ ଶିକ୍ଷକଙ୍କର ଜନୈକା ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯାହା ଏବେ ସାବରଙ୍ଗ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଶିକ୍ଷକ ହୋଇ ଏଭଳି କରୁଥିବାରୁ ଜନସାଧାରଣ, ବୁଦ୍ଧିଜୀବୀ ଓ  ଶିକ୍ଷକ ମହଲରେ ନିନ୍ଦା କରାଯାଉଛି । ଏହାସହ ତାଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ଦାବି ମଧ୍ୟ ହେଉଛି । କିନ୍ତୁ ଏନେଇ ଶିକ୍ଷକଙ୍କ ସହ ବିଭାଗୀୟ ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଶିକ୍ଷକ ଜଣଙ୍କ ଘରେ ନଥିବାରୁ ତାଙ୍କ ସହ ଯୋଗାଯୋଗା ହୋଇପାରିନାହିଁ । ପୋଲିସରେ ମଧ୍ୟ କେହି ଅଭିଯୋଗ କରିନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.