କିଏ ସଜାଇଲା ଆଦିବାସୀ ଶିକ୍ଷୟିତ୍ରୀଙ୍କୁ ଦିନ ମଜୁରିଆ, ଜାଣନ୍ତୁ ସରକାରୀ ଅବ୍ୟବସ୍ଥାର ସାଂଘାତିକ ସତ୍ୟ

Published By : Prameya-News7 Bureau | December 27, 2018 IST

ଫୁଲବାଣୀ୨୭|୧୨: ସରକାରୀ ଅବ୍ୟବସ୍ଥାର ଶିକାର ହୋଇ ଏବେ ଦିନ ମଜୁରୀଆ ସାଜିଛନ୍ତି ଜଣେ ଶିକ୍ଷୟିତ୍ରୀ  । ଦେଢ଼ବର୍ଷ ତଳେ ସ୍କୁଲରେ ଜଣେ ଛାତ୍ରୀ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିବା ଘଟଣାରେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ଚାକିରି ହରାଇବାକୁ ପଡ଼ିଥିଲା । ହେଲେ ପରବର୍ତ୍ତୀ ସମୟରେ ଛାତ୍ରୀ ଜଣକ ରୋଗଗ୍ରସ୍ତ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା, ଏଥିପାଇଁ କେହି ଦାୟୀ ନୁହନ୍ତି ବୋଲି ଛାତ୍ରୀଙ୍କ ପରିବାର ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଥିଲା । ତଥାପି ଆମ ଶିକ୍ଷା ବିଭାଗର ଅବ୍ୟବସ୍ଥା ଯୋଗୁଁ ଏବେ ବି ଦଣ୍ଡ ଭୋଗୁଛନ୍ତି ଶିକ୍ଷୟିତ୍ରୀ ଜଣକ । ଦେଖିବା କନ୍ଧମାଳ ଜିଲ୍ଲା ଲଇସିଂ ଉଚ୍ଚପ୍ରାଥମିକ ସ୍କୁଲରେ ଶିକ୍ଷୟିତ୍ରୀ ନିରୁପମା କହଁରଙ୍କ କରୁଣ ବେଦନାର ଚିତ୍ର । …..

wp:gallery {"ids":[67815]} /wp:gallery

ମୁଣ୍ଡରେ ମାଟି ବୋହି ୩ ତିନିଟା ଛୁଆଙ୍କ ପେଟ ପାଇଁ ଦାନା ଯୋଗାଡ଼ କରୁଥିବା ଏହି ମହିଳା ଜଣକ ହେଉଛନ୍ତି ଜଣେ ଶିକ୍ଷୟିତ୍ରୀ । ଆଜିକୁ ଦେଢ଼ବର୍ଷ ତଳେ ଆମ ସରକାରୀ ବ୍ୟବସ୍ଥାର ଅଦେଖା ଛାଟ ତାଙ୍କ ଭାଗ୍ୟ ଓ ଭବିଷ୍ୟତକୁ ଉଜାଡ଼ି ଦେଇଥିଲା ।୨୦୧୭ ଜୁନ୍‌, ୨୮ରେ ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ  ହଠାତ୍‌ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ଦୁର୍ଭାଗ୍ୟ ବଶତଃ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ କନ୍ଧମାଳ ଜିଲ୍ଲା ଲୁଇସିଂ ଉଚ୍ଚପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ନିରୁପମା କହଁରଙ୍କୁ ଚାକିରିରୁ ବହିସ୍କାର କରିବା ସହ ପ୍ରଧାନଶିକ୍ଷକଙ୍କୁ ସସ୍‌ପେଣ୍ଡ କରାଯାଇଥିଲା ।

wp:gallery {"ids":[67821]} /wp:gallery

ତେବେ ପରବର୍ତ୍ତୀ ସମୟରେ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଥିଲା । ଛାତ୍ରୀ ଜଣକ ରୋଗଗ୍ରସ୍ତ ଥିବା ବେଳେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଲିଖିତ ଭାବେ ଦେଇଥିଲେ ଛାତ୍ରୀଙ୍କ ବାପା । ଏହାପରେ ସସ୍‌ପେଣ୍ଡ ହୋଇଥିବା ପ୍ରଧାନଶିକ୍ଷକଙ୍କୁ ତ ଚାକିରିରେ ପୁନଃ ନିଯୁକ୍ତି ମିଳିଲା ହେଲେ ଆଦିବାସୀ ଶିକ୍ଷୟିତ୍ରୀ ନିରୁପମା କହଁରଙ୍କ କଥାକୁ ଭୁଲିଗଲା ଆମ ସ୍ବାସ୍ଥ୍ୟ ବିଭାଗ । ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦୟତା ଯୋଗୁଁ ଏବେ ମୂଲ ଲାଗି ପରିବାରର ପେଟ ପୋଷିବାକୁ ବାଧ୍ୟ ହେଉଛନ୍ତି ନିରୁପମା ।

wp:gallery {"ids":[67817]} /wp:gallery

ପ୍ରତିଦିନ ମୂଲଲାଗିବାକୁ ଯାଉଥିବା ନିରୁପମା ଏବେ ମଧ୍ୟ ଟିକିଏ ସମୟ ପାଇଲେ କୁନିକୁନି ପିଲାଙ୍କୁ ପାଠ ପଢ଼ାଇବାକୁ ପଛାଉନାହାନ୍ତି । ତେବେ ନିରୁପମାଙ୍କ ସମ୍ପର୍କରେ ଆମେ ଫିରିଙ୍ଗିଆ ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ଯୋଗାଯୋଗ କରିଥିବା ବେଳେ ସେ କେମିତି ଘଟଣାକୁ ଏଡ଼ାଇଯାଇଥିଲେ ଦେଖନ୍ତୁ ।

wp:gallery {"ids":[67819]} /wp:gallery

ଇଏ ହେଉଛି ଆମ ଶିକ୍ଷା ବ୍ୟବସ୍ଥା । ଯେଉଁ ବ୍ୟବସ୍ଥାର ଶିକାର ହୋଇ ଏବେ ପେଟ ପାଟଣା ପାଇଁ ସଂଘର୍ଷ କରୁଛନ୍ତି ଜଣେ ଆଦିବାସୀ ଶିକ୍ଷୟିତ୍ରୀ । ଯଦି ସମାନ ଘଟଣା ପାଇଁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରିଲା, ତାହେଲେ ନିରୂପମାଙ୍କ ଭଳି ଜଣେ ଆଦିବାସୀ ଶିକ୍ଷୟିତ୍ରୀଙ୍କ ପ୍ରତି ବିଭାଗୀୟ ଅଧିକାରୀଙ୍କ ଏଭଳି ଅବହେଳା କ’ଣ ପାଇଁ ? ଦୟାକରି ଧ୍ୟାନ ଦେବେ କି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ମହାଶୟ । 

wp:gallery {"ids":[67820]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.