Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||
  • ରାଇରଙ୍ଗପୁର : ଛତୁ ଗୋଟାଇବାକୁ ଯାଇ ପଡିଗଲେ ହାତୀ ହାବୁଡରେ, ମହିଳାଙ୍କ ମୃତ୍ୟୁ
  • ||

ସଂଗୀନ ଅଭିଯୋଗ : ପ୍ରଶ୍ନର ଉତ୍ତର ଦେଇ ନପାରିବାରୁ ଛାତ୍ରଙ୍କୁ ଟେକି କଚାଡି ଦେଲେ ଶିକ୍ଷକ

15/09/2019 at 11:15 AM

କେନ୍ଦୁଝର ୧୫।୯: ଶିକ୍ଷକଙ୍କ ବିରୋଧରେ ସଂଗୀନ ଅଭିଯୋଗ । ପ୍ରଶ୍ନର ଉତ୍ତର ଦେଇ ନପାରିବାରୁ ଛାତ୍ରଙ୍କୁ ଟେକି କଚାଡି ଦେଲେ । ଏଥିରେ ଛାତ୍ରଙ୍କ ହାତ ଭାଙ୍ଗିଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବକ୍ସି ବାରିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗଣିତ ଶିକ୍ଷକ ସିପୁ ବେହେରାଙ୍କ ନାଁରେ ଆସିଛି ଅଭିଯୋଗ । ପ୍ରଶ୍ନର ଉତ୍ତର ଦେଇ ନପାରିବାରୁ ଚତୁର୍ଥ ଶ୍ରେଣୀର ଛାତ୍ର ସଞ୍ଜୀବ ବାରିକଙ୍କୁ ସେ ମାଡ ମାରିଥିଲେ । ଏଥିରେ ସଂଜୀବଙ୍କ ଡାହାଣ ହାତ ଭାଙ୍ଗି ଯାଇଥିଲା ।

ଯନ୍ତ୍ରଣାରେ ସଂଜୀବ ଛଟପଟ ହେଉଥିଲେ ସୁଦ୍ଧା ତାଙ୍କୁ ଚିକିତ୍ସାଳୟ ନେବା ବଦଳରେ ଘରେ ନେଇ ଛାଡି ଦେଇଥିଲେ । ପରେ ଘର ଲୋକେ ତାଙ୍କୁ ନେଇ ବକ୍ସି ବାରିଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରିଥିଲେ । ଖବର ପ୍ରଘଟ ହେବା ପରେ କିଛି ଗଣମାଧ୍ୟମ ପ୍ରତିନିଧି ସଂଜୀବଙ୍କ ଘରେ ପହଞ୍ଚିଥିଲେ । ହେଲେ ସଂପୃକ୍ତ ଶିକ୍ଷକ ଜଣକ ସାମ୍ବାଦିକଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି ।

   Related Posts