Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଏମିତି ଗୁରୁଙ୍କୁ ନମନ : ଶିକ୍ଷା କ୍ଷେତ୍ରରେ ଅବଦାନ ଅତୁଳନୀୟ, ୯୫ ବର୍ଷ ବୟସରେ ବି ଦେଉଛନ୍ତି ଶିକ୍ଷାଦାନ

5/09/2021 at 8:44 AM

ନୀଳଗିରି ୦୫/୦୯: ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର । ଗୁରୁସାକ୍ଷାତ ପରଂବ୍ରହ୍ମ ତସମୈସି ଗୁରୁବେ ନମଃ । ଏଭଳି ଜଣେ ଗୁରୁ ଅଛନ୍ତି ଶିକ୍ଷାଦାନ କ୍ଷେତ୍ରରେ ନୀଳଗିରି ପ୍ରତି ରହିଛି ତାଙ୍କର ଅତୁଳନୀୟ ଅବଦାନ । ପାଠ ପଢାଇବା ସମୟରେ ତାଙ୍କର ବେତ ପାହାର ଆଜି ବହୁ ଛାତ୍ରଙ୍କୁ ଶୀର୍ଷର ଉପର ପାହାଚକୁ ନେଇଯାଇଛି । ବୟସ ତାଙ୍କର ୯୫ ଛୁଇଁଥିବା ବେଳେ ଏବେବି ପିଲାମାନଙ୍କୁ ବିନା ମୂଲ୍ୟରେ ଶିକ୍ଷାଦାନ ଦିଅନ୍ତି ।

ସେ ହେଉଛନ୍ତି ତ୍ରିଲୋଚନ ସାହୁ।ସତ୍ୟବାଦୀ ସାହୁ ଓ ମାତା ମୁକ୍ତାଗିରି ଙ୍କ ଔରସରୁ ୧୯୨୭ ମସିହା ଅକ୍ଟୋବର ୪ ତାରିଖ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପଦ୍ମପୁର ଗ୍ରାମରେ ଶିକ୍ଷକ ତ୍ରିଲୋଚନ ଙ୍କ ଜନ୍ମ।୧୯୪୭ ମସିହା ମେଟ୍ରିକ ପାସ କରିବା ସହ କେନ୍ଦୁଝର ଜିଲ୍ଲାରେ ସ୍କଲରସିପ ପାଇଥିଲେ।ଛାତ୍ର ଜୀବନରେ କେନ୍ଧୁଝର ର ତତ୍କାଳୀନ ରାଜା ଙ୍କ ସହିତ ପରାମର୍ଶ କରି ରାସ୍ତା,ପାନୀୟ ଜଳ ସମସ୍ୟା ଗାଁ ଗାଁ ରେ ଅର୍ଥ ଯୋଗାଡ଼ କରି ସମାଧନ କରିବାରେ ପ୍ରମୁଖ ଭୂମିକା ନେଇଥିଲେ।

୧୯୫୧-୫୨ ମସିହାରେ ଗଣିତ ବିଭାଗରେ ଡିଇଡି ପାସକରି ୧୯୫୨ ମସିହାଏପ୍ରିଲ ୨୬ ତାରିଖରେ ଟ୍ରନିଂ ସାରି ଯାଜପୁର ଏନ.ସି ହାଇସ୍କୁଲ ରେ ଶିକ୍ଷକତା ଆରମ୍ବ କରିଥିଲେ।ପରବର୍ତ୍ତୀ ମୁହୂର୍ତ୍ତରେ ୧୯୫୫ ମସିହା ଅଗଷ୍ଟ ୨୨ ତାରିଖରେ କେସି ହାଇସ୍କୁଲ କୁ ବଦଳି ହୋଇଥିଲା।ପରବର୍ତୀ ମୁହୂର୍ତ୍ତରେ ସେ ବାଲିଗୋହରି ଠାରେ ଗୃହ ନିର୍ମାଣ କରି ରହିଆସୁଛନ୍ତି ।

ପରବର୍ତୀ ମୁହୂର୍ତ୍ତରେ ୧୯୬୯ ମସିହା ଡିସେମ୍ବର ୧୯ ତାରିଖରେ ଏକ ଛାତ୍ରାବାସ ନିର୍ମାଣ ପାଇଁ ସେ ନୀଳଗିରି ରାଜସ୍ଵ ବିଭାଗ ସହିତ ମୁହାଁମୁହ୍ନି ହୋଇ ଅଞ୍ଚଳବାସୀ ଙ୍କ ପ୍ରିୟପାତ୍ର ହୋଇପାରି ଥିଲେ।ରାଜସ୍ଵ ଅଧିକାରୀ ଙ୍କୁ ବୁଝାସୁଝା କରି ରାଜସ୍ଵ ଜାଗା ଆଣି ଏକ ଛାତ୍ରାବାସ ନିର୍ମାଣ କରିବାରେ ମୂଳଦୁଆ ପକାଇଥିଲେ ଯାହାଦ୍ୱରା କି ଆଜି ଗୋପବନ୍ଧୁ ଛାତ୍ରାବାସ ରେ ରହି ପିଲାମାନେ ଶିକ୍ଷାଦାନ କରୁଛନ୍ତି ।

୧୯୭୫ ମସିହାରେ ସେ ରାଜ୍ୟସ୍ତରୀୟ ଶିକ୍ଷକତା ପାଇଁ ସମ୍ମାନ୍ନିତ ହୋଇଥିବା ବେଳେ ୧୯୭୯ ରୁ୧୯୮୨ ମସିହା ପର୍ଯ୍ୟନ୍ତ ବାଲେଶ୍ଵର,ମୟୁରଭଞ୍ଜ, ଭଦ୍ରକ,ମୟୁରଭଞ୍ଜ ଜିଲ୍ଲା ପାଇଁ ବୋର୍ଡ ଏଜୁକେଶନରେ ସ୍ୱତନ୍ତ୍ର ପ୍ରତିନିଧି କରିଥିଲେ।ଶିକ୍ଷକତା ଭାବେ ୧୯୮୭ ମସିହା ଅକ୍ଟୋବର ୩୧ ତାରିଖରେ ବିରଜା ହାଇସ୍କୁଲ ଯାଜପୁରରେ ଅବସର ଗ୍ରହଣ କରିଥିଲେ।ପରେବର୍ତୀ ମୁହୂର୍ତ୍ତରେ ନୀଳଗିରି ରେ ସେ ଶିକ୍ଷା,ଜେଲରେ ପ୍ରତିନିଧିତ୍ୱ କରିବା,ନୀଳଗିରି ଏନଏସିରେ ପ୍ରତିନିଧିତ୍ୱ କରିବା ସହ ବିଭିନ୍ନ ସଂସ୍ଥା ସହ ଜଡିତ ଥିଲେ।ଛାତ୍ର ମାନଙ୍କର ଅନୁରୋଧ କ୍ରମେ ସେ ନିଜସ୍ଵ ଗଛିତ ଅର୍ଥ ୧.୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଶିକ୍ଷାନୁଷ୍ଠାନ ଗଢ଼ିଥିଲେ।

କୃଷ୍ଣଚନ୍ଦ୍ର ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଖୋଲିବା ପରେ ବହୁ ଛାତ୍ରଛାତ୍ରୀ ଙ୍କୁ ସେ ନିଜେ ଯାଇ ମଧ୍ୟ ଶିକ୍ଷାଦାନ କରିଛନ୍ତି।ତାଙ୍କର ପ୍ରିୟ ଛାତ୍ର ନଟବର ପାଣିଗ୍ରାହୀ ତାଙ୍କୁ ୬୪ ଡିସମିଲ ଜମିଦାନ କରିଥିବା ବେଳେ ଅନ୍ୟ ଜଣେ ପ୍ରିୟ ଛାତ୍ର ପ୍ରତାପ ଷଡ଼ଙ୍ଗୀ ତାଙ୍କ ବିଧାୟକ ସମୟରେ ପାଣ୍ଠି ଦେଇ ଏହି ଶିକ୍ଷାନୁଷ୍ଠାନ ଗଢିତୋଳିବାରେ ପ୍ରମୁଖ ସହଯୋଗ କରିଥିଲେ।ଅନ୍ୟତମ ବିଧାୟକ ଇଂ ସୁକାନ୍ତ ନାୟକ ମଧ୍ୟ ତାଙ୍କ ହାତ ପାଣ୍ଠି ଦେଇ ଶିକ୍ଷାନୁଷ୍ଠାନ କୁ ନବକଳେବର କରିବାରେ ପ୍ରମୁଖ ଭୂମିକା ନେଇଥିଲେ ।

ଶିକ୍ଷକ ତ୍ରିଲୋଚନ ସାହୁ ଙ୍କୁ ଏବେ ୯୫ ବର୍ଷ।ତଥାପି ପିଲା ମାନଙ୍କୁ ଶିକ୍ଷାଦାନ ପାଇଁ ସେ ଚାତକ ପରି ଅନାଇ ରହିଥାନ୍ତି ଗଣିତ ସହ ଅନ୍ୟ ବିଭାଗରେ ଶିକ୍ଷାଦାନ ପାଇଁ।କୋଭିଡ କଟକଣା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ପଡିଥିବା ବେଳେ ସେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ପାଇଁ ବିବ୍ରତ ହୋଇପଡିଛନ୍ତି।ତାଙ୍କର ଗଣିତ ଶିକ୍ଷାଦାନ ଓ ବେତ ପାହାର ରେ ନୀଳଗିରି ଉପଖଣ୍ଡ ର ଛାତ୍ରଛାତ୍ରୀ ଓ ଗୋପବନ୍ଧୁ ଛାତ୍ରାବାସ ରେ ରହୁଥିବା ଛାତ୍ର ମାନେ ଆଜି ଜଣେ ଜଣେ ସମାଜରେ ଭଲ ମଣିଷ ଟିଏ ଗଢିତୋଳିଥିବା ବେଳେ ଗୁରୁଦିବସରେ ତାଙ୍କୁ ଝୁରନ୍ତି।

ଆଜି ଦିନରେ ଏମିତି ଗୁରୁ ବହୁ କମ ମିଳନ୍ତି ଯିଏକି ବିନାମୂଲ୍ୟରେ କୋଚିତ ଶିକ୍ଷାଦାନ ଦେଇଥାନ୍ତି।ସେଥିପାଇଁ ତ କୁହନ୍ତି ସାର ଙ୍କ ବେତ ପାହାର ଏବେ ବି ମନେ ଅଛି ଆଉ ସେହିଦିନ ଆମେ ଭଲ ମଣିଷ ତିଆରି ପାଇଁ ସେ ଆମକୁ ମୂଳଦୁଆ ପକାଇଥିଲେ।ସାର ସିନା ପିଟନ୍ତି ହେଲେ ବହୁ ସ୍ନେହ ବି କରନ୍ତି।ଆଜିର ଗୁରୁଦିବସରେ ସାର ବି ଛାତ୍ରଛାତ୍ରୀ ଙ୍କୁ ଝୁରୁଛନ୍ତି ଆଉ ଛାତ୍ରଛାତ୍ରୀ ବି ସାରଙ୍କୁ।

   Related Posts