Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁର୍ବ୍ୟବହାର କରି ନିଲମ୍ବିତ ହେଲେ ଶିକ୍ଷକ: ନିଶାସକ୍ତ ଅବସ୍ଥାରେ ଗାଳି ଗୁଲଜ କରିବା ପଡ଼ିଲା ମହଙ୍ଗା

10/05/2020 at 4:39 PM

ଦିଗପହଣ୍ଡି୧୦/୫: ଅନ୍ତେବାସୀଙ୍କୁ ଦୁର୍ବ୍ୟବହାର କରି ଶିକ୍ଷକ ନିଲମ୍ବିତ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବାସୀ ଫେରନ୍ତାଙ୍କ ପାଇଁ କ୍ବାରେଣ୍ଟାଇନ୍‌ ସେଣ୍ଟର ବ୍ୟବସ୍ଥା ହୋଇଛି। ଏହି କ୍ବାରେଣ୍ଟାଇନ୍ ସେଣ୍ଟରର ଦାୟିତ୍ବ ଜଣେ ସ୍ଥାନୀୟ ଶିକ୍ଷକଙ୍କୁ ଦିଆଯାଇଛି।ଏହି ସହକାରୀ ଶିକ୍ଷକ ଅନ୍ତେବାସୀ ମାନଙ୍କୁ ଦୁର୍ବ୍ୟବହାର କରୁଥିବାର ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି।

ସୂଚନାଯୋଗ୍ୟ ଯେ, ସରକାରୀ ଶିକ୍ଷକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଅନ୍ତେବାସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବାର ଦୃଶ୍ୟ ରହିଛି।ଏହି ଘଟଣାରେ ଶିକ୍ଷକଙ୍କୁ କେ. ନୂଆଗାଁ ଥାନା ପୋଲିସକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ । ଏପରିକି ଘଟଣା ସମ୍ପର୍କରେ ସେ ଦିଗପହଣ୍ଡି ବିଡ଼ିଓ ହଳଧର ଶବର, ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଏବଂ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ ଆଜି ବ୍ଲକ ଶିକ୍ଷାଅଧିକାରୀ ବସନ୍ତ କୁମାର ପଣ୍ଡା ଶିକ୍ଷକ ବିଶ୍ୱଜିତ ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି ।

   Related Posts