ସ୍କୁଲରେ ଛାତ୍ରଙ୍କୁ ମାଡ ମାରି ନିଲମ୍ବିତ ହେଲେ ଶିକ୍ଷକ
7/11/2019 at 8:29 AM

ନୀଳଗିରି ୭।୧୧: ଦୁଇଜଣ ଶିକ୍ଷକ ମିଶି ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି ଜଙ୍ଘ ଓ ହାତ ଫଟେଇ ଦେବା ଘଟଣା । ମାଡ ଘଟଣାରେ ବ୍ଲକ ଶିକ୍ଷାଧିକାରୀ ଶିକ୍ଷକ ମହେଶ୍ୱର ସେଠୀଙ୍କୁ ନିଲମ୍ବିତ କରିଛନ୍ତି।

ଖେଳଛୁଟି ରେ ଖେଳୁଥିବା ବେଳେ ତୃତୀୟ ଶ୍ରେଣୀର ଛାତ୍ର ଅନ୍ୟ ଜଣେ ଛାତ୍ର ସହ ଧକା ହୋଇଯିବାରୁ ସ୍କୁଲ ରେ ଦୁଇଜଣ ଶିକ୍ଷକ ମିଶି ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ପିଟି ଜଙ୍ଘ ଓ ହାତ ଫଟେଇ ଦେଇଥିବା ବରହମପୁର ଥାନା ରେ ଅଭିଯୋଗ ହେବାପରେ ବ୍ଲକ ଶିକ୍ଷାଧିକାରୀ ଘଟଣାର ତଦନ୍ତକରି ଶିକ୍ଷକ ଜଣକୁ ନିଲମ୍ବିତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ଶନିବାର ଦିନ ଭାଲୁକପୋଷି ପ୍ରାଥମିକ ବିଦ୍ୟାଳୟ ରେ ତୃତୀୟ ଶ୍ରେଣୀ ଛାତ୍ର ହିମାଂଶୁ ବିନ୍ଧାଣି ଖେଳୁଥିବା ବେଳେ ଅନ୍ୟ ଜଣେ ପିଲା ସହ ଧକ୍କାହୋଇ ଯାଇଥିଲ।ଏନେଇ ବିଦ୍ୟାଳୟ ରେ ଛାତ୍ର ଅଦାଲତ ବସିଥିଲା। ଶିକ୍ଷକ ଙ୍କ ପରାମର୍ଶ ରେ ଜଣେ ଛାତ୍ର ଜଜ ହୋଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି ସ୍କୁଲର ୨ଜଣ ଶିକ୍ଷକ ମହେଶ୍ବର ଓ ରାଜେନ୍ଦ୍ର ମିଶି ହିମାଂଶୁଙ୍କୁ ପ୍ରବଳ ମାଡ ମାରିଥିବାର ଅଭିଯୋଗ କରିଥିଲେ ।

ତେବେ ଏହି ଘଟଣା ପରେ ଅଭିବାବକ ସ୍କୁଲ ରେ ଯାଇ ଶିକ୍ଷକ ଙ୍କୁ ପଚାରିଥିଲେ । କିନ୍ତୁ ସେ ପାଲଟା ନାଲି ଆଖି ଦେଖାଇବା ସହ ଧମକ ମଧ୍ୟ ଦେଇଥିଲେ। ବରହମପୁର ଥାନାରେ ଅଭିଭାବକ ପକ୍ଷରୁ ଉଭୟ ଦୁଇ ଶିକ୍ଷକ ଙ୍କ ନାଁରେ ଅଭିଯୋଗ ହୋଇଥିଲା। ତେବେ ଏନେଇ ସମ୍ପୃକ୍ତ ଶିକ୍ଷକ ଙ୍କୁ ପଚାରିବାରେ ସେ ଘଟଣା କୁ ସ୍ୱୀକାର କରିଛନ୍ତି। ତେବେ ପିଲାମାନେ ପାଟିତୁଣ୍ଡ କରିବା ପରେ ସେ ଆକଟ କରିବା କଥା କହିଥିଲେ। ତେବେ ଘଟଣାର ତଦନ୍ତ କରି ବ୍ଲକ ଶିକ୍ଷାଧିକାରୀ ଶିକ୍ଷକ ମହେଶ୍ୱର ସେଠୀଙ୍କୁ ନିଲମ୍ବିତ କରିଛନ୍ତି।