ଡିଇଓଙ୍କ କାର୍ଯ୍ୟାଳୟରେ ଶିକ୍ଷକଙ୍କ ଆତ୍ମହତ୍ୟା ଘଟଣା –ସୁଇସାଇଡ୍ ନୋଟରୁ ପୁଲିସକୁ ମିଳିଲା ଗୁରୁତ୍ବପୂର୍ଣ୍ଣ ସୂଚନା

Published By : Prameya-News7 Bureau | December 09, 2019 IST

ଜୟପୁର ୦୯।୧୨ - କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସ ଭବନରେ ଶିକ୍ଷକଙ୍କ ଆତ୍ମହତ୍ୟା ଘଟଣାର ଆରମ୍ଭ ହୋଇଛି ଛାନଭିନ।ପରିବାର ଲୋକଙ୍କ ଏତଲା ପରେ ସୁଇସାଇଡ ନୋଟ୍ ଆଧାରରେ ନିଜ ତରଫରୁ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ସୁଇସାଇଡ ନୋଟରେ ଡିଇଓ ଅଫିସର ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିବା ସମ୍ପର୍କେର ଉେଲ୍ଳଖ ଥିବା ବେଳେ ଏଥିପାଇଁ ୭ ଜଣଙ୍କୁ ଦାୟୀ କରିଛନ୍ତି ମୃତ ଶିକ୍ଷକ । ତେଣୁ ଏହି ଫାଇଲ ହିଁ ମୃତ୍ୟୁର ରହସ୍ୟ ଖୋଲିବ ବେ।ଲି ଚର୍ଚ୍ଚା ହେଉଛି ।

ରହସ୍ୟ ଘେରରେ କୋରାପୁଟର ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କ ଆତ୍ମହତ୍ୟା ଘଟଣା । ସୁଇସାଇଡ ନୋଟ ଆଧାରରେ ଗତ କାଲିଠାରୁ ପୋଲିସ ନିଜ ପଟୁ ତଦନ୍ତ ଆରମ୍ଭ କରିଛି।ଆଜି ବିଦ୍ଧିବଦ୍ଧ ଭାବେ ପରିବାର ଲୋକ କୋରାପୁଟ ଟାଉନ ଥାନାରେ ଏତଲା ଦାୟର କରିଛନ୍ତି।ପୋଲିସ ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରିଥିବା ବେଳେ ସୁଇସାଇଡ ନୋଟର ସତ୍ୟତାକୁ ବି ଯାଂଚ କରୁଛି। ଡିଇଓ ଅଫିସର କିଛି ଗୁରୁତ୍ୱପୁର୍ଣ ଫାଇଲ ହଜିବା ଓ ଏହାକୁ ନେଇ ଶିକ୍ଷକଙ୍କ ଉପରେ  ୭ଜଣ ମାନସିକ ଚାପ ପକାଇବା ନେଇ ସୁଇସାଈଡ ନୋଟରେ ଉଲ୍ଲେଖ ରହିଛି। ଏ ସବୁକୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି କୋରାପୁଟ ଟାଉନ ଥାନା ଅଧିକାରୀ। େସପେଟ ଫାଇଲ୍ ହଜିବାକୁ ନେଇ ପୁଅ ସବୁବେଳେ ମାନସିକ ଚାପରେ ରହୁଥିଲା । କିଛି ଲୋକ ଜାଣିଶୁଣି ଫାଇଲ ଗାୟବ କରିଦେଇଥିବା ସୁଇସାଇଡ ନୋଟରେ ମଧ୍ୟ ଉଲ୍ଲେଖ ଥିବା କହିଛନ୍ତି ମୃତ ଶିକ୍ଷକଙ୍କ ବାପା ।

ମୃତ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଦଶମନ୍ତପୁର ବ୍ଳକର ଚିକମ୍ବା ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାମ କରୁଥିଲେ।ତେବେ ୬ ବର୍ଷ ହେଲା ସେ ଡେପୁଟେସନରେ ଡିଈଓଙ୍କ କାର୍ଯ୍ୟାଳୟରେ କାମ କରିବା ସହ ତାଙ୍କ ଆବାସିକ କାର୍ଯ୍ୟାଳୟ ଦାୟିତ୍ୱରେ ବି ଥିଲେ।ସବୁବେଳେ ଶାନ୍ତ ସ୍ବଭାବରେ ରହୁଥିବା ଚିତ୍ତରଞ୍ଜନ ଏମିତି ଆତ୍ମହତ୍ୟା କରିବେ ବୋଲି ପରିବାର ଲୋକ ବିଶ୍ୱାସ କରି ପାରୁନାହାନ୍ତି। ସେପଟେ ଶିକ୍ଷକଙ୍କ ମୃତ୍ୟୁ ରହସ୍ୟ ସଂପର୍କରେ କିଛି ଜାଣିନଥିବା କହିଛନ୍ତି କୋରାପୁଟ ଡିଇଓ।

{"id":195709,"sizeSlug":"large"}

ଗତ କାଲି ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଡିଇଓଙ୍କ ବାସ ଭବନରେ ଆତ୍ମହତ୍ୟା କରିଥିଲେ । ଘଟଣାରେ ବଡ ସୁରାଗ ଲାଗିଛି ପେ।ଲିସ ହାତରେ । ତେଣୁ ଏହି ଫାଇଲ ହିଁ ଖେ।ଲିବ ମୃତ୍ୟୁ ରହସ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.