ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦେଲେ ଦାବିପତ୍ର

Published By : Prameya-News7 Bureau | December 07, 2021 IST

ସାଲେପୁର ୦୭।୧୨ : ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା । କଟକ ଜିଲ୍ଲା ସାଲେପୁର ବ୍ଲକ ଭାତପଡ଼ା ସରକାରୀ ଉଚ୍ଚ ବିଦ୍ୟା|ଳୟର ୩ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବଦଳି ପ୍ରତିବାଦରେ ଚାଲିଛି ଧାରଣା ।  ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି ।

ଖବର ଅନୁଯାୟୀ,  ଭାତପଡା ସରକାରୀ ଉଚ୍ଚ ବିଦ୍ୟାଳୟର ୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଏକାସାଙ୍ଗେ ଅନ୍ୟତ୍ର ବଦଳି କରାଯାଇଛି । ଯଦି ଏମାନଙ୍କ ବଦଳି କରାଯାଏ , ତେବେ ଆଗାମୀ ଦିନରେ ପାଠପଢାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ମାଟ୍ରିକ୍‌ ପରୀକ୍ଷା ନିକଟରେ ଥିବା ବେଳେ ଏପରି କଲେ ଛାତ୍ରଛାତ୍ରୀଙ୍କ ପାଠପଢାରେ ପ୍ରଭାବ ପଡିବ । ଏନେଇ ଛାତ୍ରଛାତ୍ରୀ, ପରିଚାଳନା କମିଟି ଓ ଅଭିଭାବକମାନେ ୩ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବଦଳି ନକରିବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ  ବ୍ଲକ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି । ଯଦି ତୁରନ୍ତ ବିଭାଗୀୟ ଅଧିକାରୀ ଏହାର ସମାଧାନ ନକରନ୍ତି । ତେବେ ବାଧ୍ୟ ହୋଇ ଧାରଣାଙ୍କୁ ଓହ୍ଲାଇବେ ବୋଲି ପରିଚାଳନା କମିଟି ଓ ଅଭିଭାକମାନେ ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.