Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ମଣିଷ ମାଂସର ସ୍ବାଦ କିଭଳି ? ସ୍କୁଲରେ ଭିଡିଓ ଦେଖାଇ ପିଲାଙ୍କୁ ବୁଝାଇଲେ ଶିକ୍ଷକ, ତାପରେ…

14/01/2020 at 7:47 AM

ସିଓଲ ୧୪।୧: ବିଶ୍ବରେ କିଛି ଲୋକ ସାକାହାରୀ ହୋଇଥିବା ବେଳେ କିଛି ଲୋକ ସାକାହାରୀ ଥିବା ବେଳେ କିଛି ଲୋକ ମାଂସାହାରୀ ଅଛନ୍ତି । ଛେଳି ମାଂସ, କୁକୁଡା ମାଂସ ଆଦି ମନୁଷ୍ୟମାନଙ୍କର ପ୍ରିୟ ହୋଇଥାଏ । ମାତ୍ର କେହି ମଣିଷ କଣ କେବେ ମଣିଷ ମାଂସ ଖାଇବାକୁ ପସନ୍ଦ କରିଥାଏ ?  ଦକ୍ଷିଣ କୋରିଆର ଜଣେ ସ୍କୁଲ ଶିକ୍ଷକଙ୍କୁ ପିଲାମାନଙ୍କୁ ମନୁଷ୍ୟ ମାଂସର ସ୍ବାଦ ଏବଂ ଏହାସହ ଜଡିତ ଭିଡିଓ ଦେଖାଇବା ମହଙ୍ଗା ପଡିଛି । ଏଭଳି କରିବା ପରେ ତାଙ୍କ ନାଁରେ ଶିଶୁ ନିର୍ଯାତନା ନେଇ ଅଭିଯୋଗ ମଧ୍ୟ ହୋଇଛି ।

ଏହି ଘଟଣା ସ୍କୁଲରେ ଲାଗିଥିବା ସିସିଟିଭିରୁ ଜଣାପଡିଛି । ସିସିଟିଭିରେ କଏଦ ହୋଇଥିବା ଭିଡିଓରେ ସ୍କୁଲର ଇଂଗ୍ରାଜୀ ଶିକ୍ଷକ ଜଣଙ୍କ ପିଲାମାନଙ୍କୁ ମନୁଷ୍ୟ ମାଂସର ସ୍ବାଦ ସହ ଜଡିତ ବିବିସିର ଡକ୍ୟୁମେଣ୍ଟାରୀ ଭିଡିଓ ଦେଖାଉଥିଲେ । ସେହି ସମୟରେ ପିଲାମାନେ ଭୟଭୀତ ଅବସ୍ଥାରେ ଥିଲେ । ପିଲାମାନେ ପରସ୍ପରର ହାତକୁ ଜାବୁଡି ଧରିଥିବା ମଧ୍ୟ ଦେଖିବାକୁ ମିଳିଛି ।

୨୦୧୬ ମସିହାରେ ୟୁଟ୍ୟୁବରେ ବିବିସି ଆର୍ଥର ଏକ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ଅଭିଯୁକ୍ତ ଶିକ୍ଷକ ପିଲାମାନଙ୍କୁ ମନୁଷ୍ୟ ମାଂସର ସ୍ବାଦ ସଂପର୍କରେ ବୁଝାଉଥିଲେ । ଏହି ଭିଡିଓ ପ୍ରାୟ ୪ ମିନିଟ୍ ର ଥିଲା । ଏହି ଭିଡିଓ ଦେଖିଥିବା ପିଲାମାନଙ୍କ ମଧ୍ୟରୁ କିଛି ପିଲା ମାନସିକ ଚିନ୍ତାଗ୍ରସ୍ତ ହୋଇପଡିଥିଲେ । ସେମାନଙ୍କୁ ଚିକିତ୍ସା କରାଯାଉଥିବା ଜଣାପଡିଛି ।

   Related Posts