ସ୍ତ୍ରୀ ଘରେ ନଥିବା ବେଳେ ନାବାଳିକାକୁ ଦୁଷ୍କର୍ମ କରୁଥିଲେ ପ୍ରଧାନଶିକ୍ଷକ: ଅଭିଯୋଗ ପରେ ବନ୍ଧା ହେଲେ ଅଭିଯୁକ୍ତ

Published By : Prameya-News7 Bureau | September 24, 2021 IST

ମୁମ୍ବାଇ ୨୪/୦୯ : ପୁଣି ଥରେ ହରାଇ ବସିଛନ୍ତି ମାନବିକତା  । ଦୁଷ୍କର୍ମ ଥମିବାର ନା ହିଁ ଧରୁନି। ଏମିତି ଏକ ଚାଞ୍ଚଲ୍ୟ ଘଟଣା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର କଲ୍ୟାଣରେ ମାନବିକତା ପାଇଁ ଲଜ୍ଜାଜନକ ବିଷୟ ଦେଖିବାକୁ ମିଳିଛି । ତେବେ ଏଠାରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଶିକ୍ଷକ ଗତ ଦେଢ ମାସ ହେବ ନାବାଳିକାକୁ ଯୌନ ନିର୍ଯାତନା ଦେଉଥିଲା।

ଏହି ଘଟଣା ଜାଣିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଜେଲକୁ ପଠାଇଥିଲା। ପୋଲିସର ସୂଚନାନୁସାରେ ଅଭିଯୁକ୍ତ ଶିକ୍ଷକଙ୍କ ନାମ ମୁଦାର ତାଲୱାଲା। ସେ ଘରେ ପିଲାମାନଙ୍କୁ ଟ୍ୟୁସନ କରନ୍ତି। ଘଟଣା ଦିନ ମୁଦାରଙ୍କ ପତ୍ନୀ ବାପ ଘରକୁ ଯାଇଥିବା ବେଳେ ସେବେଠାରୁ ନାବାଳିକାଟିକୁ ଯୌନ ଶୋଷଣ କରୁଥିଲେ।

ଏହାପୂର୍ବରୁ ମହାରାଷ୍ଟ୍ରର ଥାନେ ଜିଲ୍ଲାରୁ ବଳାତ୍କାରର ଏକ ଆଶ୍ଚର୍ଯ୍ୟଜନକ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ଚଳିତ ବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ଦୁଇ ନାବାଳକଙ୍କ ସହ ୨୯ ଜଣ ବ୍ୟକ୍ତି ପନ୍ଦର ବର୍ଷର ନାବାଳିକାକୁ ଅନେକ ଥର ବଳାତ୍କାର କରିଥିଲେ। ପୀଡିତା ମନପଡା ପୋଲିସ ଷ୍ଟେସନର ତାଙ୍କ କଷ୍ଟ ବିଷୟରେ ବର୍ଣ୍ଣନା କରିଥିଲେ। ଏହା ପରେ ପୋଲିସ ୨୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପୋଲିସର ସୂଚନାନୁସାରେ, ୨ ନାବାଳକ ସମେତ ୨୬ ଜଣଙ୍କୁ ଗିରଫ କରାଯାଇଛି। ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.