ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ ପଠାଇବା ପଡିଲା ମହଙ୍ଗା : ଶିକ୍ଷକଙ୍କୁ ୧୦ ବର୍ଷ କାରାଦଣ୍ଡ

Published By : Prameya-News7 Bureau | June 30, 2019 IST

ଭର୍ଜିନିଆ ୩୦/୬ : ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ ପଠାଇବା ହେଲା କାଳ । ଫଟୋ ପଠାଇଥିବା ଶିକ୍ଷକଙ୍କୁ ୧୦ ବର୍ଷ କାରାଦଣ୍ଡ ସଯା ଶୁଣାଇଛନ୍ତି କୋର୍ଟ । ଆମେରିକାର ଭର୍ଜିନିଆରେ ଥିବା ଏକ ଇସ୍ଲାମିକ ସ୍କୁଲର ସିତୁ ସୁଲେମାନ ନାମକ ଶିକ୍ଷକ ଜଣେ ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ ପଠାଇଥିଲେ । ଲେକ୍ଜିଣ୍ଡ୍ରିୟାର ସଂଘୀୟ ଅଦାଲତ ସୁଲେମାନକୁ ୧୦ ବର୍ଷ କାରାଦଣ୍ଡ ସଯା ଶୁଣାଇଛନ୍ତି ।

{"id":128994}

ପ୍ରତିପକ୍ଷ କୋର୍ଟରେ କହିଥିଲେ ଯେ, ୩୦ ବର୍ଷ ବୟସ୍କ ସୁଲେମାନ ବର୍ଷର ପ୍ରାରମ୍ଭରେ ୧୫ ବର୍ଷ ନାବାଳିକାଙ୍କୁ ଖରାପ ଉଦ୍ଦେଶ୍ୟରେ ଅଶ୍ଳୀଳ ଫଟୋ ପଠାଇଥିଲା । ଖାଲି ଫଟୋ ପଠାଇ ସେ ଚୁପ ହୋଇନଥିଲେ । ଫଟୋ ଦେଖି ପ୍ରତିକ୍ରିୟା ରଖିବାକୁ ମଧ୍ୟ କହିଥିଲେ । ସମ୍ପୂର୍ଣ ଘଟଣାକ୍ରମକୁ ଛାତ୍ରୀ ଜଣକ ନିଜ କ୍ୟାମେରାରେ କଏଦ କରିଥିଲେ । ଏହି ପ୍ରମାଣ ଆଧାରରେ ପୀଡିତା ସୁଲେମାନ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ । କୋର୍ଟରେ ସୁଲେମାନର ଦୋଷ ପ୍ରମାଣିତ ହେଲାପରେ କୋର୍ଟ ତାକୁ ୧୦ ବର୍ଷ କାରାଦଣ୍ଡ ସଯା ଶୁଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.