୩୫ ବର୍ଷୀୟା ଶିକ୍ଷୟତ୍ରୀ ୧୫ ବର୍ଷର ଛାତ୍ର ସହ ଜବରଦସ୍ତ ରଖୁଥିଲେ ଶାରୀରିକ ସଂପର୍କ, ବାହାରେ କହିଲେ ବଦନାମ୍ କରି ଦେବାକୁ ଦେଉଥିଲେ ଧମକ

Published By : Prameya-News7 Bureau | January 19, 2021 IST

ଲଣ୍ଡନ, ୧୯/୦୧:   ବିବାହ କରି ସାରିଛନ୍ତି । ଘରେ ଅଛନ୍ତି ସ୍ୱାମୀ । କିନ୍ତୁ ଛାତ୍ରଙ୍କ ସହ ରଖୁଥିଲେ ଯୌନ ସମ୍ପର୍କ । ତାହା ପୁଣି ପଡିଆରେ । ଏପରିକି କାହାକୁ କିଛି କହିଲେ ଛାତ୍ରଙ୍କୁ ଦେଉଥିଲେ ବଦନାମ କରିବାର ଧମକ । ଏପରି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି ଲଣ୍ଡନରେ । ଜଣେ ୩୫ ବର୍ଷୀୟ ଶିକ୍ଷୟିତ୍ରୀ ୧୫ ବର୍ଷର ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣା ଆଲୋଡନ ସୃଷ୍ଟି କରିଛି ।

ସୂଚନାନୁସାରେ, ୩୫ ବର୍ଷୀୟ ଶିକ୍ଷୟିତ୍ରୀ କାଣ୍ଡିସ୍ ବାର୍ବର ଜଣେ ୧୫ ବର୍ଷୀୟ ଛାତ୍ରଙ୍କ ସହ ଜୋରଦବରଦସ୍ତି ଶାରୀରିକ ସମ୍ପର୍କ ରଖୁଥିଲେ । ଏପରି କାହାକୁ କିଛି କହିଲେ ଅଶ୍ଲୀଳ ଫଟୋ ଭାଇରାଲର ଧମକ ଦେଉଥିଲେ । ଏହାଦ୍ୱାରା ସେ ଛାତ୍ରଙ୍କୁ ବଦନାମ କରିଦେବେ ବୋଲି ମଧ୍ୟ କହୁଥିଲେ । କାରଣ ସେ ଛାତ୍ରଙ୍କର ଅନେକ ଅଶ୍ଲୀଳ ଫଟୋ ନିଜ ମୋବାଇଲରେ ସୁଟ୍ କରି ରଖିଥିଲେ ।

ଏହି ମାମଲା ସେତେବେଳେ ଜଣାପଡିଥିଲା, ଯେତେବେଳେ ପୀଡିତ ଛାତ୍ରର ପରିବାର ଲୋକେ ଏବାବଦରେ ଜାଣିଥିଲେ । ମାମଲା କୋର୍ଟ ଯାଏଁ ଯାଇଥିଲା । ମାମଲାର ଶୁଣାଣି ମଧ୍ୟ ଜାରି ରହିଛି । ୨୦୧୮ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୨୦ ମଧ୍ୟରେ ଶିକ୍ଷୟିତ୍ରୀଜଣଙ୍କ ଛାତ୍ରଙ୍କ ସହ ଏପରି ଜଘନ୍ୟ କାଣ୍ଡ ଘଟାଇଥିଲେ ।

ସୋମବାର ଏହି ମାମଲାର ଶୁଣାଣି କରି କୋର୍ଟ ବିଚାରପତି କହିଛନ୍ତି ଯେ, ଅଭିଯୁକ୍ତ ଶିକ୍ଷୟିତ୍ରୀଜଣଙ୍କ ନିଜର ଅନେକ ଆପତ୍ତିଜନକ ଭିଡିଓ ଶୁଟ୍ କରିବା ସହ ପୀଡିତ ଛାତ୍ରଙ୍କୁ ପଠାଇଛନ୍ତି ।

ଶିକ୍ଷୟିତ୍ରୀଙ୍କ ପକ୍ଷରୁ ଲଢୁଥିବା ଓକିଲ କହିଛନ୍ତି ଯେ, ଉଭୟ ଶିକ୍ଷୟିତ୍ରୀ ଓ ଛାତ୍ର ସେକ୍ସ ଚାଟ୍ କରୁଥିଲେ । ଏପରିକି ଛାତ୍ରଜଣଙ୍କ ଶିକ୍ଷୟୀତ୍ରୀଙ୍କ ନମ୍ବର ଅନ୍ୟ ଏକ ନାଁରେ ସେଭ୍ କରିଥିଲେ । ପରସ୍ପରକୁ ମେସେଜ ପଠାଉଥିଲେ । ଉଭୟ ଏକ ପଡିଆରେ ପ୍ରତିଦିନ ସନ୍ଧ୍ୟା ୫ଟୁ ୬ଟା ଯାଏଁ ଶାରୀରିକ ସମ୍ପର୍କ  ରଖୁଥିଲେ ।

ତେବେ ଶିକ୍ଷୟିତ୍ରୀଙ୍କ ଓକିଲଙ୍କ ଅଭିଯୋଗକୁ ପୀଡିତଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି । ଏପରିକି ତାଙ୍କ ସହ ଶାରୀରିକ ସମ୍ପର୍କ ରଖି କାହାକୁ କିଛି କହିଲେ ଧମକ ଦେଉଥିଲେ । ଏପରିକି ଛାତ୍ରଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଶୁଣାଣି ଏବେବି ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.