କନିଷ୍ଠ ଆଶାୟୀ ଶିକ୍ଷକ ସଂଘର ଆନ୍ଦୋଳନ, ବିଧାନସଭାକୁ ଧସେଇ ପଶିବା ବେଳେ କାବୁ କଲା ପୋଲିସ

Published By : Prameya-News7 Bureau | November 15, 2021 IST

ଭୁବନେଶ୍ୱର ୧୫।୧୧: କନିଷ୍ଠ ଆଶାୟୀ ଶିକ୍ଷକ ସଂଘର ଆନ୍ଦୋଳନ। ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ । ସୁରକ୍ଷା ବଳୟକୁ ଭେଦ କରି କନିଷ୍ଠ ଶିକ୍ଷକମାନେ ଆଜି ବିଧାନସଭା ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି । ଏହି ସମୟରେ ପୋଲିସ ଅନେକ ଶିକ୍ଷକଙ୍କୁ ଅଟକ କରିଛି ।

{"id":544218,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବିଭିନ୍ନ ଦାବି ନେଇ କନିଷ୍ଠ ଆଶାୟୀ ଶିକ୍ଷକ ସଂଘ ଦୀର୍ଘ ଦିନ ହେଲା ଧାରଣା ଦେଇଥିଲେ । ତେବେ ସେମାନଙ୍କ ଦାବି ପୂରଣ ହୋଇନଥିଲା । ଶେଷରେ ଆଜି ବାଧ୍ୟ ହୋଇ ଶିକ୍ଷକମାନେ ବିଧାନସଭା ଫାଟକ ଆଗରେ ଧାରଣା ଦେଇଥିଲେ । ଏବଂ ଭିତରେ ପ୍ରବେଶ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇବା ସହ ଅନେକ ଶିକ୍ଷକଙ୍କୁ ଅଟକ ରଖିଛି ।

wp:html /wp:html {"id":544219,"sizeSlug":"full","linkDestination":"none"}

ଆନ୍ଦୋଳନରତ ଶିକ୍ଷକମାନେ କହିଛନ୍ତି ଯେ, ସରକାର ସମସ୍ତଙ୍କ ଦାବି ଶୁଣୁଛନ୍ତି , ହେଲେ ଶିକ୍ଷକଙ୍କ ଦାବି ଶୁଣିବାକୁ ସମୟ ନାହିଁ । ଶିକ୍ଷକଙ୍କ ପ୍ରତି ଲଗାତର ଭାବରେ ଅନ୍ୟାୟ କରାଯାଉଛି । ଏହାର ତୁରନ୍ତ ସମାଧାନା କରିବା ପାଇଁ ଦାବି ହେଉଛି, ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରୀ ଜୋରଦାର କରାଯିବ ବୋଲି କହିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.