ଭାଇରାଲ୍ ଫଟୋରୁ ହେଲା ଦୁଷ୍କର୍ମର ଖୁଲାସା, ଧମକ ଦେଇ ୨ମାସ ଧରି ଛାତ୍ରୀଙ୍କ ସହ ଦୁଷ୍କର୍ମ କରୁଥିଲା ଶିକ୍ଷକ

Published By : Prameya-News7 Bureau | September 15, 2019 IST

ଭିଲଓ୍ବାଡା ୧୫।୯: ରାଜସ୍ଥାନ ଭିଲଓ୍ବାଡା ସରକାରୀ ସ୍କୁଲରେ ଗୁରୁ-ଶିଷ୍ୟ ସଂପର୍କରେ ଲାଗିଲା କଳଙ୍କ । ବି.ଏଡ୍ ପାଠ ସାରିବା ପରେ ସରକାରୀ ସ୍କୁଲରେ ଇଣ୍ଟର୍ଣ୍ଣସିପ୍ କରୁଥିବା ଜଣେ ଯୁବକ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଅଭିଯୁକ୍ତ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଇ ୨ମାସ ପର୍ଯ୍ୟନ୍ତ ବ୍ଲାକ୍ ମେଲିଂ କରି ତାଙ୍କ ସହ ଦୁଷ୍କର୍ମ କରୁଥିଲା । ଏହାପରେ ଛାତ୍ରୀ ବିରୋଧ କରିବାରୁ ସଂପୃକ୍ତ ଶିକ୍ଷକ ତାଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲା ।  

ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ଶିକ୍ଷକ ସରକାରୀ ସ୍କୁଲରେ ପଢାଉଥିଲେ । ସେହି ସ୍କୁଲର ଜଣେ ଛାତ୍ରୀଙ୍କୁ ସେ ବ୍ଲାକମେଲିଂ ମଧ୍ୟ କରୁଥିଲେ । ସୋସିଆଲ ମିଡିଆରେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା ।

ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ ହେବା ପରେ ପୀଡିତା ଛାତ୍ରୀ ଜଣଙ୍କ ଫୁଲିୟା କଲାଂ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୀଡିତା ଛାତ୍ରୀଙ୍କ କହିବା ଅନୁସାରେ ସ୍କୁଲ ଛୁଟି ହେବା ପରେ ସଂପୃକ୍ତ ଶିକ୍ଷକ ଜଣଙ୍କ ଜୋରଜବରଦସ୍ତ ତାଙ୍କ ସହ କିଛି ଅଶ୍ଳୀଳ ଫଟୋ ଉଠାଇଥିଲେ । ସେହି ଫଟୋକୁ ଭାଇରାଲ୍ କରିବାକୁ ଧମକ ଦେଇ ଛାତ୍ରୀଙ୍କୁ ଶିକ୍ଷକ ଜଣଙ୍କ ସ୍କୁଲ ପରିସରକୁ ଡାକିଥିଲେ । ସେଠାରେ ସେ ଛାତ୍ରୀଙ୍କ ସହ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ।

ଛାତ୍ରୀ ଜଣଙ୍କ କହିଛନ୍ତି ଯେ, ସଂପୃକ୍ତ ଶିକ୍ଷକ ବ୍ଲାକମେଲିଂ କରି ପ୍ରାୟ ୨ମାସ ହେବ ତାଙ୍କ ସହ ଦୁଷ୍କର୍ମ କରୁଥିଲେ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି । ପୀଡିତା ଛାତ୍ରୀଙ୍କ ଡାକ୍ତରୀ ମାଇନା କରାଯାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.