Saturday, May 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶିକ୍ଷୟିତ୍ରୀଙ୍କୁ ଲିଫ୍ଟ ଦେଇ ଦୁଷ୍କର୍ମ କଲେ ୩ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଅନୁପପୁର ୧୫|୩ : ମଧ୍ୟପ୍ରଦେଶ ଅନୁପପୁର ଜିଲ୍ଲା କୋତମା ଥାନା ଅଞ୍ଚଳରେ ଲିଫ୍ଟ ଦେବା ବାହାନାରେ ୨୨ବର୍ଷୀୟ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ସୂଚନା ଅନୁସାରେ କୋତମାନଗରର ଓ୍ବାର୍ଡ ୧୩ ଲହସୁଇ କ୍ୟାମ୍ପ୍ ରେଲଓ୍ବେ ଲାଇନ୍ ନିକଟ ଅଞ୍ଚଳରେ ଘଟଣାଟି ଘଟିଛି । ସଂପୃକ୍ତ ଯୁବତୀ ଜଣଙ୍କ ଏକ ସ୍କୁଲରେ ଗେଷ୍ଟ ଟିଚର ଭାବେ କାର୍ଯ୍ୟରତ ଥିଲେ ।

ଗତକାଲି ସେ ଅଧିକ ରାତିରେ ଶିକ୍ଷୟିତ୍ରୀ ଜଣଙ୍କ ଘରକୁ ଫେରୁଥିଲେ । ରାତି ବହୁତ ହୋଇଯାଇଥିବାରୁ ସେହି ବାଟ ଦେଇ ଯାଉଥିବା ଜଣେ ଯୁବକକୁ ସେ ଲିଫ୍ଟ ମାଗିଥିଲେ । ଯୁବକ ଜଣଙ୍କ ତାଙ୍କୁ ଲିଫ୍ଟ ଦେଇ ଘରେ ଛାଡିଦେବାକୁ କହିଥିଲେ । ମାତ୍ର ଯୁବକ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ବାଇକ୍ ରେ ବସାଇବା ପରେ ଘରକୁ ନେବା ବଦଳରେ ତାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇଯାଇଥିଲେ । ସେଠାରେ ଯୁବକଙ୍କ ସହ ପୂର୍ବରୁ ଉପସ୍ଥିତ ଥିବା ତାଙ୍କର ଅନ୍ୟ ଦୁଇ ଜଣ ସାଙ୍କ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ ।

ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ସେହି ସ୍ଥାନରୁ ଉଦ୍ଧାର କରାଯାଇଛି । ଶିକ୍ଷୟତ୍ରୀଙ୍କ ସହ ଦୁଷ୍କର୍ମ ହେବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ତାଙ୍କୁ ଉଦ୍ଧାର କରି କୋତମା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ସମସ୍ତ ଘଟଣାରେ ଅନ୍ୟ ଜଣେ ଯୁବତୀ ସଂପୃକ୍ତ ଥିବା ମଧ୍ୟ ଜଣାପଡିଛି ।

405 Views

   ସମ୍ବନ୍ଧିତ ଖବର