ଶିକ୍ଷକତା ଛାଡି ରାଜନୀତିରେ ପାଦ ଦେଲେ ଶିକ୍ଷୟିତ୍ରୀ, ସମିତି ସଭ୍ୟା ପାଇଁ ଦାଖଲ କଲେ ନାମାଙ୍କନ

Published By : Prameya-News7 Bureau | January 20, 2022 IST

ଭଦ୍ରକ, ୨୦/୦୧: ଶିକ୍ଷକତା ଛାଡି ରାଜନୀତିରେ ପାଦ ଦେଲେ ଶିକ୍ଷୟିତ୍ରୀ । ଭଦ୍ରକ ବ୍ଲକ ଜଗଦଳପୁର ପଞ୍ଚାୟତର ସମିତିସଭ୍ୟା ପ୍ରାର୍ଥୀ ଭାବେ ଆଜି ଭଦ୍ରକ ବ୍ଲକ ଅଫିସ୍‌ରେ ନାମାଙ୍କନ ଦାଖଲ କରିଛନ୍ତି ଶିକ୍ଷୟିତ୍ରୀ ଉର୍ମିଳା ନାୟକ । ପୂର୍ବରୁ ଅନ୍ୟ ଚାକିରୀରେ ଥିବା ବେଳେ, ୨୦୦୮ରୁ ଶିକ୍ଷକତା ଆରମ୍ଭ କରିଥିଲେ ଉର୍ମିଳା । ଚଣ୍ଡିଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ, ରାଜନୀତିକୁ ଆସିବା ପାଇଁ ସେ ୨୦୨୨ ଜାନୁୟାରୀରେ ସ୍ବେଛାକୃତ ଅବସର ନେଇଛନ୍ତି । ଆଉ ଚାରି ମାସ ଚାକିରୀ ଥିବା ବେଳେ ରାଜନୀତି ମାଧ୍ୟମରେ ଲୋକଙ୍କ ସେବା କରିବ ପାଇଁ ରାଜନୀତିକୁ ଆସିଥିବା କହିଛନ୍ତି ନାମାଙ୍କନ କରିବାକୁ ଆସିଥିବା ସମିତିସଭ୍ୟ ପ୍ରାର୍ଥୀ ଉର୍ମିଳା ନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.