୩୩ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ; ପଞ୍ଚାୟତ ଓ ବ୍ଲକ୍‌ରେ ଶିକ୍ଷକଙ୍କ ପଦଯାତ୍ରା

Published By : Prameya-News7 Bureau | September 18, 2018 IST

ଭୁବନେଶ୍ବର ୧୮|୯: ୩୩ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ । ଗତକାଲିଠାରୁ ପଞ୍ଚାୟତ ଓ ବ୍ଲକ୍ ରେ ଶିକ୍ଷକମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ସେପ୍ଟେମ୍ବର ୨୦ରେ ରାଜଧାନୀରେ ଶିକ୍ଷକମାନେ ମହାସମାବେଶ କରିବେ । ଯେଉଁଥିରେ ଛାତ୍ର, କୃଷକ, ଶ୍ରମିକ, ମହିଳା ସମସ୍ତେ ସାମିଲ ହେବେ ବୋଲି ଶିକ୍ଷକମାନେ କହିଛନ୍ତି । ଦାବି ପୁରଣ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକମାନେ ରୋକଠୋକ ଜଣାଇ ଦେଇଛନ୍ତି ।କିପରି ସ୍କୁଲ୍ ବନ୍ଦ ଦ୍ବାରା ଶିକ୍ଷା ବ୍ୟବସ୍ଥା ଭୁଶୁଡୁଛି ଓ ସରକାର ସେମାନଙ୍କ ଦାବି ପୂରଣ କରୁନାହାନ୍ତି ତାହା ଜଣାଇବା ସହ ସାଧାରଣ ଲୋକଙ୍କ ସମର୍ଥନ ହାତେଇବାକୁ ଚେଷ୍ଟା କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠାରୁ ଏଭଳି ଶିକ୍ଷକ ଓ ଅଧ୍ୟାପକ ମାନେ ପଞ୍ଚାୟତ ଓ ଗାଁ ଗାଁରେ ଆନ୍ଦୋଳନ ଚଳାଇଛନ୍ତି । ଶିକ୍ଷକ ଓ ଅଧ୍ୟାପକଙ୍କ ଏଭଳି ଆନ୍ଦୋଳନକୁ କେତେକ ସ୍ଥାନରେ ଅଭିଭାବକଙ୍କ ସମର୍ଥନ ମିଳିଛି । ଗାଁ ଓ ପଞ୍ଚାୟତରେ ଶିକ୍ଷକଙ୍କ ଆନ୍ଦୋଳନ ବୁଧବାର ପର୍ଯ୍ୟନ୍ତ ଚାଲିବ । ଗୁରୁବାର ରାଜଧାନୀରେ ହେବ ମହା ସମାବେଶ । ଯେଉଁଥିରେ ଛାତ୍ର, କୃଷକ, ଶ୍ରମିକ, ମହିଳା ସମସ୍ତେ ସାମିଲ ହେବେ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.