ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢଉ

Published By : Prameya-News7 Bureau | July 24, 2019 IST

ନବରଙ୍ଗପୁର ୨୪|୭:  ଭିଜିଲାନ୍ସ ଜାଲରେ ଶିକ୍ଷକ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ ମୁଣ୍ଡାଗଡ଼ ପିୟୁପିଏସର ଜିଲ୍ଲା ପରିଷଦ ଶିକ୍ଷକ ଭାବେ କାର୍ଯ୍ୟରତ ସୁବ୍ରତ ଚୌଧୁରୀଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ । ନବରଙ୍ଗପୁର ସହର ଏଚଡିଏଫସି ବ୍ୟାଙ୍କ ନିକଟରେ ଥିବା ଚାରିତାଲା ବିଶିଷ୍ଟ ଘର, ସହରର ଆରକେ କଲୋନୀ ଥିବା ବାସଭବନ, ସହର ମଧ୍ୟରେ ଥିବା ସନ୍ତୋଷୀ ଇନ୍ଫୋଟେକ ନାମକ କମ୍ପ୍ୟୁଟର ସେଣ୍ଟର, ରଙ୍ଗମାଟିଗୁଡାଠାରେ ଥିବା ଦୁଇ ମହଲା ବିଶିଷ୍ଟ ବାସଭବନ, ସହର ମଧ୍ୟରେ ଥିବା ନୂଆ ଚର୍ଚ୍ଚ ନିକଟ ଦୁଇ ତାଲା ବିଶିଷ୍ଟ ଘରେ, ସହରର ନୂଆବନ୍ଧ ସାହି ସ୍ଥିତ ଦୁଇ ତାଲା ବିଶିଷ୍ଟ ଘରେ ଭିଜିଲାନ୍ସ ଚଢଉ କରିଛି ଭିଜିଲାନ୍ସ ।

{"id":136841}

ଏହି ଚଢଉ ସମୟରେ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ରଖିଥିବା ଅଭିଯୋଗରେ କୋରାପୁଟ ସ୍ବତନ୍ତ୍ର  ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢଉରେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ସମେତ, କୋରାପୁଟ ଓ ରାୟଗଡା ଭିଜିଲାନ୍ସ ଅଫିସର ସାମିଲ ହୋଇଛନ୍ତି । ଚଢଉ ଚାଲିଥିବାରୁ ବର୍ତ୍ତମାନ ଯାଏଁ ପ୍ରକୃତ ସମ୍ପତ୍ତିର ମୂଲ୍ୟ ଜଣାପଡିନଥିବା ଚଢଉରେ ସାମିଲ ଥିବା ରାୟଗଡା ଭିଜିଲାନ୍ସ ଡ଼ିଏସପି ସୁଶାନ୍ତ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.