ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ୧୨ଟି ସ୍ଥାନରେ ଚଢାଉ

Published By : Prameya-News7 Bureau | December 15, 2020 IST

ଗଜପତି ୧୫।୧୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଶିକ୍ଷକ ଦୁଷ୍କନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପାରଳାଖେମୁଣ୍ଡି ଏବଂ ଗୁଣୁପୁର ପାରଳାର ୧୨ଟି ସ୍ଥାନରେ ୬ଟି ଟିମରେ ଏକକାଳୀନ ଚଢ଼ାଉ ଜାରି ରହିଛି ।

ଜଙ୍ଗଲପାଡୁ ଗ୍ରାମର ନିଜ ପୈତୃକ ଘରେ, ଚାକିରୀ କରୁଥିବା ଏ.ଏସ.ରାଉତପୁର, ଗୁଣୁପୁର ନିଜ ଶ୍ବଶୁର ଘରେ, ପାରଳାଖେମୁଣ୍ଡିରେ ୮ଟି ସ୍ଥାନରେ ଖଞ୍ଜାସାହି, ଏରଦାଲାସାହି, ଆରୋଗ୍ୟ ସାହି, ଦୋଳବନ୍ଦ ରୋଡ଼, ଇନ୍ଦିରା ନଗର ଇତ୍ୟାଦି ଅଞ୍ଚଳରେ ଏକକାଳୀନ ଚଢ଼ାଉ ଚାଲିଛି । ଦୁଷ୍ମନ୍ତ ନାୟକ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ।ତାଙ୍କ ନାଁରେ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.