ଭିଜିଲାନ୍ସ ଜାଲରେ ଶିକ୍ଷକ, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

Published By : Prameya-News7 Bureau | December 16, 2020 IST

ବରଗଡ଼ ୧୬।୧୨: ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ସ୍ଥିତ ତିଲେଇମାଳ ସ୍କୁଲର ବ୍ଲକ୍‌ଗ୍ରାଣ୍ଡ୍ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।

ତିଲେଇମାଳରେ ଥିବା ତାଙ୍କ ପୈତୃକ ଘରେ, ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ସ୍ଥିତ ତାଙ୍କ ଘରେ, ଗଣ୍ଠିଆପାଲି ସ୍ଥିତ କାର୍ଯ୍ୟାଳୟରେ, ବରପାଲି କପିଳେଶ୍ବରନଗର ବାସଭବନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଜାରି ରହିଥିବା ବେଳେ ୨ ବ୍ୟାଙ୍କରେ ଲକର ମଧ୍ୟ ଯାଞ୍ଚ ଜାରି ରହିଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ଅନୁମାନ କରାଯାଉଛି ୨କୋଟିରୁ ଉର୍ଦ୍ଧ୍ବ ସଂପତି ନଗଦ ଲକ୍ଷାଧିକ ଟଙ୍କା ଓ ଲକ୍ଷାଧିକ ଟଙ୍କାର ଗହଣାର ଆକଳନ ଜାରି ରହିଥିବା ବେଳେ ବିଭିନ୍ନ ଆସବାବପତ୍ର ଜମିଜମା କାଗଜପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ ଜାରି ରହିଛି  । ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ମିଶି ମିଳିତ ଚଢ଼ାଉ କରିଛ‌ନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.