ବିବାହ ବିଚ୍ଛେଦ ପରେ ଶାଳୀକୁ ଖଣ୍ଡାରେ ହାଣି ହତ୍ୟା କଲା ଭିଣୋଇ
2/02/2020 at 11:22 AM

ଉଦୟପୁର ୨/୨: ଜାଭର ମାଇନ୍ସ ଥାନା ଅଞ୍ଚଳରେ ପଲୁନା ସ୍ଥିତ ରାଜକୀୟ ପ୍ରାଥମିକ ବିଦ୍ୟାଳୟ ବାହାରେ ବସକୁ ଅପେକ୍ଷା କରି ଛିଡ଼ା ହୋଇଥିବା ଜଣେ ଶିକ୍ଷୟିତ୍ରୀ(୨୭)ଙ୍କୁ ସନ୍ଧ୍ୟା ୪:୩୦ରେ ଖଣ୍ଡାରେ ଗଳା କାଟି ନିର୍ମମ ହତ୍ୟା କରାଯାଇଛି। ଚାଓ୍ବଂଡ଼ ବାସିନ୍ଦା ମୃତକଙ୍କ ପରିବାର ଲୋକେ ତାଙ୍କ ଭିଣୋଇ ଦେବା ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତକଙ୍କ ନାଁ ନୀତୁ ମିଣା ବୋଲି ଜଣାଯାଇଛି। ଅଭିଯୁକ୍ତ ଦେବା ଫେରାର ହୋଇଯାଇଛି। ଘଟଣାର ଦୁଇ ମିନିଟ୍ ପୂର୍ବରୁ ନୀତୁଙ୍କ ମାଆ ଫୋନ୍ କରି ନୀତୁଙ୍କୁ କହିଥିଲେ ଯେ ଦେବା ତାଙ୍କୁ ଆକ୍ରମଣ କରିପାରେ।
ସୂଚନା ଅନୁସାରେ ନୀତୁଙ୍କ ବଡ଼ ଭଉଣୀ ଅନାମିକା ୫ବର୍ଷ ପୂର୍ବରୁ ଦେବାକୁ ପ୍ରେମ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଏବଂ ମାଡ଼ପିଟ ବଢ଼ିବାକୁ ଲାଗିଥିଲା। ସେ ଗତ ଦେଢ଼ ମାସ ହେବ ଦେବାଠୁ ଅଲଗା ରହିଥିଲେ। ଦେବା ମନରେ ସନ୍ଦେହ ଜାତ ହୋଇଥିଲା ଯେ ନୀତୁ ଦେବା ବିରୋଧରେ ଅନାମିକାଙ୍କୁ କହୁଛି। ନୀତୁ ବିବାହିତା ଥିଲେ।