ରାସ୍ତା କଡ ବୁଦାରୁ ମିଳିଲା ଶିକ୍ଷକଙ୍କ ମୃତଦେହ, ପାଖରେ ପଡିଛି ବାଇକ୍

Published By : Prameya-News7 Bureau | September 27, 2020 IST

ଅନୁଗୋଳ ୨୭।୯: ଅନୁଗୋଳ ପଣସତଇଳା ରାସ୍ତା କଡରୁ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି । ଶିକ୍ଷକ ଜଣଙ୍କ ଶୁକ୍ରବାରଠାରୁ ନିଖୋଜ ଥିଲେ । ନିଜ ଭାଇଙ୍କ ସହ ଅନ୍ତୁଳିଆ ବାଉଁସ କିଣିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଜରପଡା ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ପଣସତଇଳା ରାସ୍ତା କଡରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ରାସ୍ତା ତଳକୁ ଏକ ବୁଦା ଭିତରେ ମଟର ସାଇକେଲ ପଡିଥିବା ସହ ନିକଟରେ ବ୍ୟକ୍ତିଙ୍କ ମୃତଦେହ ପଡିଛି । ପ୍ରଥମେ ଗାଇଚରାଳି ମୃତଦେହଟିକୁ ଦେଖିଥିଲେ। ପରେ ଜରପଡା ପୋଲିସକୁ ଏ ନେଇ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣା ତଦନ୍ତ ଆରମ୍ଭ କରିଛି।

ତେବେ ମୃତକ ଜଣଙ୍କ ମାଛକୁଟା ଗାଁର ପ୍ରଫୁଲ୍ଲ ଭୋଇ ବୋଲି ଜଣାପଡିଛି । ଶୁକ୍ରବାର ସେ ତାଙ୍କ ଭାଇଙ୍କ ସହ ଅନ୍ତୁଳିଆ ବାଉଁଶ କିଣିବା ପାଇଁ ଯାଇଥିଲେ। ତାଙ୍କ ଭାଇ ବାଉଁଶ ଗାଡିରେ ଘରକୁ ଫେରିଥିବା ବେଳେ ସେ ଆଉ ଫେରିନଥିଲେ। ଫଳରେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ପରିବାରଲୋକ । ତେବେ ରବିବାର ତାଙ୍କର ମୃତଦେହ ରାସ୍ତା କଡରୁ ମିଳିଛି। ଏହା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି । ପ୍ରକୃତ ସତ ତଦନ୍ତ ପରେ ଜଣାପଡିବ। ସେ କନ୍ଧକୋଇଲି ଗ୍ରାମ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.